ସୁପ୍ରିମକୋର୍ଟରେ କ୍ଷତିପୂରଣ ରାୟ ସଂରକ୍ଷିତ, ସଂକ୍ରମଣର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା ମଧ୍ୟ କୋଭିଡ୍ ମୃତ୍ୟୁ
Khabar Odisha:Compensation-verdict-reserved-in-Supreme-Court-covid-also-commits-suicide-within-30-days-of-infection
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩(ଖବର ଓଡିଶା):

କରୋନା ମୃତ୍ୟୁରେ କ୍ଷତିପୂରଣ ମାମଲାରେ ରାୟ ସୁପ୍ରିମକୋର୍ଟ ଗୁରୁବାର ସଂରକ୍ଷିତ ରଖିଛନ୍ତି । ଶୁଣାଣିରେ କୋର୍ଟ କରୋନା ମୃତ୍ୟୁ, ଡେଥ ସାର୍ଟିଫିକେଟରେ ମୃତ୍ୟୁର କାରଣ ଓ କ୍ଷତିପୂରଣ ନେଇ ଶୁଣାଣି କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ସୁଷାର ମେହେଟ୍ଟା ଶୁଣାଣି କାଳରେ କହିଛନ୍ତି ଯେ ଯଦି କେହି କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା ମଧ୍ୟ କପିଥାନ୍ତି ମୃତ୍ୟୁର କାରଣ କରୋନା ହେବା ସହ ମୃତ୍ୟୁ ପ୍ରମାଣ ପତ୍ରରେ କୋଭିଡ ମୃତ୍ୟୁ ଦର୍ଶାଯାଇପାରିବ । 

ସଂକ୍ରମଣର ୩୦ ଦିନ ମଧ୍ୟରେ ଯେଉଁ ପ୍ରକାର ମୃତ୍ୟୁର ହେଲେବି ଏହାକୁ କରୋନା ମୃତ୍ୟୁ ହିଁ ସ୍ୱୀକାର କରାଯିବ ବୋଲି ତୁଷାର ମେହେଟ୍ଟା କହିଛନ୍ତି । ତେବେ ଭାରତ ଭଳି ଏକ ଜନବହୁଳ ଦେଶରେ ବିଭିନ୍ନ ସମସ୍‌୍ୟା ଓ ବିପରୀତ ପରିସ୍ଥିତି ପରେ କୋଭିଡ କ୍ଷତିପୂରଣ ଲାଗି ସରକାରଙ୍କ ପଦକ୍ଷେପକୁ କୋର୍ଟ ଉଚ୍ଚ ପ୍ରଶଂସା କରିଛନ୍ତି । 

ସେହିପରି କୋର୍ଟରେ କରୋନା ମୃତ୍ୟୁ ସାର୍ଟିଫିକେଟ ନେଇ ମଧ୍ୟ ସରକାର ଜବାବ ରଖିଛନ୍ତି । ପୂର୍ବରୁ ଦିଆଯାଇଥିବା ମୃତ୍ୟୁ ପ୍ରମାଣପତ୍ରଗୁଡିକର ସୁଧାର କରାଯିବ ବୋଲି ସରକାର କହିଛନ୍ତି । କୋର୍ଟରେ ସୋଲିସିଟର ଜେନେରାଲ ଏହାର ଉଦାହରଣ ଦେଇ ଯଦି ମୃତ୍ୟୁ ସାର୍ଟିଫିକେଟରେ କାହାର ହୃତଘାତ ଉଲ୍ଲେଖ ଥାଏ । ତେବେ ପରିବାର ଲୋକେ ତାଙ୍କର ଆରଟିପିସିଆର ରିପୋର୍ଟ ଦେଖାଇ ସାର୍ଟିଫିକେଟର ସଂଶୋଧନ କରିପାରିବେ ।

  • Tags:

Subscribe

National International State Sports Entertainment