ସମ୍ଭଲ: ଉତ୍ତର ପ୍ରଦେଶର ସମ୍ଭଲସ୍ଥିତ ଜମା ମସଜିଦ୍ ଉପରେ ମନ୍ଦିର ଥିବା ଦାବି ନେଇ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ବେଳେ ହିଂସାକାଣ୍ଡ କରିଥିବା ୨୫୦ ଅଭିଯୁକ୍ତଙ୍କ ପୋଷ୍ଟର ପୁଲିସ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ଏହାକୁ ସୋସିଆଲ ମିଡିଆରେ ପ୍ରସାରିତ କରାଯିବା ସହ ସହର ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଲଗାଯିବ। ଯେଉଁମାନେ ସେମାନଙ୍କୁ ଚିହ୍ନଟ କରିବେ ସେମାନଙ୍କ ଠିକଣା ଗୋପନୀୟ ରଖାଯିବା ସହିତ ପୁରସ୍କୃତ କରାଯିବ। ଏଥିସହ ହଙ୍ଗାମା ପରେ ଫେରାର ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ଏକ ଡଜନରୁ ଅଧିକ ଟିମ୍ ଗଠନ କରାଯାଇଛି, ଯାହାକୁ ଆଖପାଖ ଅଞ୍ଚଳ ସମେତ ଏନସିଆର ଏବଂ ଉତ୍ତରାଖଣ୍ଡକୁ ପଠାଯାଇଛି। ଏହା ସହ ଜେଲ୍କୁ ପଠାଯାଇଥିବା ୨୭ ଜଣଙ୍କ ତଥ୍ୟ ଯାଞ୍ଚ କରାଯାଉଛି।
ପୁଲିସ ଅଧୀକ୍ଷକ କୃଷ୍ଣ କୁମାର ବିଶ୍ନୋଇଙ୍କ କହିବାନୁଯାୟୀ, ଜାମା ମସଜିଦରେ ସର୍ଭେ ସମୟରେ ହିଂସା କାଣ୍ଡ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେମାନଙ୍କ ବିରୋଧରେ ଏନ୍ଏସ୍ଏ କାର୍ଯ୍ୟାନୁଷ୍ଠାନ ସହ ଦଙ୍ଗା ସମେତ ଅନ୍ୟାନ୍ୟ ଦଫାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଥର ଫିଙ୍ଗିବା, ନିଆଁ ଲଗାଇବା ଏବଂ ଗୁଳି ଚଳାଇବାକୁ ଯାଉଥିବା ଅଧିକାଂଶ ଲୋକ ଦୋକାନ ବାହାରେ ଲାଗିଥିବା ଡ୍ରୋନ୍ କ୍ୟାମେରା ଏବଂ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଏସପିଙ୍କ କହିବା ନୁଯାୟୀ, ୨୫୦ ଜଣଙ୍କ ପୋଷ୍ଟର ବାହାର କରାଯାଇଛି, ଯାହାକୁ ସୋସିଆଲ ମିଡିଆରେ ପ୍ରସାରିତ କରାଯିବା ସହ ସର୍ବସାଧାରଣ ସ୍ଥାନରେ ଲଗାଯିବ। ଯିଏ ସେମାନଙ୍କ ବିଷୟରେ ସୂଚନା ଦେବ ତାଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପଥର ଫିଙ୍ଗିବା ବେଳେ କିଛି ମହିଳା କ୍ୟାମେରାରେ କଏଦ ହୋଇଥିଲେ।
ଜାମା ମସଜିଦ୍ ବନାମ ହରିହର ମନ୍ଦିର ସମ୍ପର୍କରେ ଚନ୍ଦାଉସୀ ସିଭିଲ ଜଜ୍ (ସିନିୟର ଡିଭିଜନ) ଆଦିତ୍ୟ ସିଂହଙ୍କ ଆଦେଶକୁ ପାଳନ କରିବା ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନ ସର୍ଭେ ଟିମ୍ ସହ ଥିଲେ। କିନ୍ତୁ ମସଜିଦ ଭିତରେ ଏହି କାମ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା କାରଣ ନଭେମ୍ବର ୧୯ ତାରିଖରେ ଜିଲ୍ଲା ପ୍ରଶାସନ ସଦର ଓ ମସଜିଦ୍ର ଅନ୍ୟ କମିଟି ସଦସ୍ୟଙ୍କୁ ଅବଗତ କରି ସର୍ଭେ କରିବାକୁ ସମ୍ମତି ନେବା ମାତ୍ରେ କିଛି ଚିହ୍ନଟ ବ୍ୟକ୍ତି ଚିହ୍ନଟ ହୋଇଥିଲେ।
ଅଧିକ ପଢ଼ନ୍ତୁ: ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ