ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ଉପନିର୍ବାଚନ ଜିତିଛନ୍ତି। ସେ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ଯେତେବେଳେ ପଦ ଓ ଗୋପନୀୟତାର ଶପଥ ନେଉଥିଲେ, ସେତେବେଳେ ତାଙ୍କ ଭାଇ ରାହୁଲ ଏବଂ ମା' ସୋନିଆ ମଧ୍ୟ ସାଂସଦ ଭାବେ ସେଠାରେ ଉପସ୍ଥିତ ଥିଲେ।
ଏହି ସମୟରେ ତାଙ୍କ ପୁଅ ଓ ଝିଅ ରେହାନ ଭଦ୍ରା ଏବଂ ମୀରାୟା ଭଦ୍ରା ସଂସଦରେ ପହଞ୍ଚିଥିଲେ। ସାଂସଦ ଭାବେ ଶପଥ ନେବା ପୂର୍ବରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାଙ୍କ ମା' ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ, ମୁଁ ବହୁତ ଖୁସି।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କା ଗାନ୍ଧିଙ୍କ ନାମ ଡାକିବା ମାତ୍ରେ ସେ ହାତରେ ସମ୍ବିଧାନର ପୁସ୍ତକ ଧରି ପହଞ୍ଚି ଶପଥ ନେଇଥିଲେ। ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଗାନ୍ଧୀ ପରିବାରର ୩ ଜଣଙ୍କୁ ସଂସଦରେ ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ: ମାନବ ଚାଲାଣ ମାମଲାରେ ‘ଏନଆଇଏ’ର ଚଢ଼ାଉ