ଜନ୍ମମାଟିରେ ବିଜୟୀ ହାସଲ କରିଛନ୍ତି ସିନେ ତାରକା କଙ୍ଗନା ରାଣାୱତ । ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତ ବିଜୟୀ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି।ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଆଗରେ ରହିଥିଲେ କଙ୍ଗନା ରଣାୱତ୍ । ଭୋଟ ଗଣତି ଶେଷ ପରେ ଫଳାଫଳ ଆସିଯାଇଛି । ଯେଉଁଥିରେ କଙ୍ଗନା ରାଣାୱତ ବିଜୟୀ ହାସଲ କରିଛନ୍ତି । କଙ୍ଗନାଙ୍କ ବିଜୟକୁ ନେଇ ରାଜନୈତିକ ମହଲରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି।
କଙ୍ଗନା ରାଜନୀତିରେ ପ୍ରବେଶ କରିବା ମାତ୍ରେ ବଲିଉଡ ଛାଡିଦେବେ ବୋଲି କଙ୍ଗନା ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଯାହାକୁ ନେଇ କଙ୍ଗନାଙ୍କ ପ୍ରଶଂସକମାନେ ଦୁଃଖିତ ହେବା ସହ ତାଙ୍କ ବିଜୟକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି । ହିମାଞ୍ଚଳ ପ୍ରଦେଶର ମଣ୍ଡି ଆସନରୁ କଙ୍ଗନା ରାଣାୱତଙ୍କ ପ୍ରତିଦ୍ବନ୍ଦିରେ ଲଢେଇ କରୁଥିଲେ କଂଗ୍ରେସର ନେତା ବିକ୍ରମଦିତ୍ୟ ସିଂ । ଶେଷରେ କଙ୍ଗନା କଂଗ୍ରେସର ନେତା ବିକ୍ରମଦିତ୍ୟ ସିଂ ହରାଇ ବିଜୟୀ ହୋଇଛନ୍ତି ।
ରାଜନୀତିରେ ଯୋଗଦେବା ପରେ ସେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇବାକୁ ଚାହୁଁଛି ବୋଲି କହିଥିଲେ । ଏହି ପୁରସ୍କାର ପାଇଲେ ସେ ବହୁତ ଖୁସି ଅନୁଭବ କରିବେ ବୋଲି ମଧ୍ୟ କହିଥିଲେ । ତେବେ କଙ୍ଗନା ରାଣାୱତ ୭୧ ହଜାର ଭୋଟ ସହିତ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସେ ଆଉ ବଲିଉଡ୍ରେ କାମ କରିବେ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି।