ମୃତ୍ୟୁ ସହ ସଂଗ୍ରାମ କରୁଛି ତନ୍ମୟ MadhyaPradesh:08/12/2022: Share story: ଏବେବି ମାଟି ତଳେ ମୃତ୍ୟୁ ସହ ସଂଗ୍ରାମ କରୁଛି 6 ବର୍ଷର ବାଳକ ତନ୍ମୟ ସାହୁ । 38 ଘଣ୍ଟା ବିତିଯାଇଥିଲେ ମଧ୍ୟ ବୋରୱେଲ ଭିତରୁ ତାଙ୍କୁ ଉଦ୍ଧାର କରାଯାଇପାରୁନି । 400 ଫୁଟ ଗଭୀର ବୋରୱେଲର 55 ଫୁଟରେ ଅଟକି ରହିଛି ତନ୍ମୟ |ମଧ୍ୟପ୍ରଦେଶର ବେତୁଲରେ ଏକ ପରିତ୍ୟକ୍ତ ନଳକୂପ ଗାତରେ ଗତ ମଙ୍ଗଳବାର ସଂଧ୍ୟାରେ ଖେଳୁ ଖେଳୁ ଖସିପଡିଥିଲେ ତନ୍ମୟ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଯେଉଁ ଜମିରେ ବୋରୱେଲ ନିର୍ମାଣ ଚାଲିଥିଲା ସେହି ଜମିର ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ଉଦ୍ଧାରକାର୍ଯ୍ୟ ପାଇଁ ଆହୁରି କିଛି ଘଂଟାର ସମୟ ଲାଗିପାରେ ।ସେପଟେ ତନ୍ମୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ତନ୍ମୟକୁ ଅକ୍ସିଜେନ ସିଲିଣ୍ଡର ଯୋଗେ ଅକ୍ସିଜେନ ପହଞ୍ଚା ଯାଉଥିବା ବେଳେ ତା’ର ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଛି । ତନ୍ମୟର ରେସ୍କ୍ୟୁ ଅପରେସନକୁ ଜିଲ୍ଲା ପ୍ରଶାସନ ମନିଟରିଂ କରୁଛି । ଘଟଣା ସମ୍ପର୍କିତ ତନ୍ମୟ ଙ୍କ ବାପା ସୁନିଲ ସାହୁ କହିଛନ୍ତି ଯେ ତନ୍ମୟ ତାଙ୍କ ଜମିରୁ ଖେଳଖେଳୁ ଯେଉଁ ଜମିରେ ବୋରୱେଲ ନିର୍ମାଣ କରାଯାଇଥିଲା ସେହି ଜମି କୁ ଚାଲି ଯାଇଥିଲେ ତେବେ ବୋରୱେଲ ଖୋଲାଥିବାରୁ ଅକସ୍ମାତ ତନ୍ମୟ ସେଥିରେ ପଡିଯାଇଥିଲେ ଯାହାର ଦୃଶ୍ୟ ମୋର 12 ବର୍ଷ ର ଝିଅ ତଥା ତନ୍ମୟ ର ଭଉଣୀ ଦେଖି ସଙ୍ଗେସଙ୍ଗେ ଆମକୁ ଜଣାଇଥିଲା| ଏହାପରେ ଆମେ ସେଠାକୁ ଆସି ତନ୍ମୟ କାନ୍ଦିବା ଶବ୍ଦ ଗାତରୁ ଶୁଣାଯାଉଥିଲା ଓ ଏହା ପରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି | RescueTanmay Betul rescue RescueOperationGoingon KhabarOdisha ଖବର ଓଡ଼ିଶା, Reporter, 08/12/2022