ସିଟି ସ୍କାନ୍ କରାଇ ପାରେ କର୍କଟ, ସତର୍କ କରାଇଲେ ଦିଲ୍ଲୀ ଏମ୍ସ ନିର୍ଦେଶକ
Khabar Odisha:CT-scan-is-equivalent-to-300-400-chest-X-rays-and-this-increases-the-risk-of-having-cancer-in-later-life-AIIMS-director

ନୁଆଦିଲ୍ଲୀ, ମେ ୩(ଖବର ଓଡିଶା); ଯେଉଁମାନଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି ସେମାନେ ସିଟି ସ୍କାନ୍ କରିବା ଆବଶ୍ୟକ ନହିଁ ବୋଲି କହିଛନ୍ତି ଏମ୍ସ ନିର୍ଦେଶକ ରଣଦିପ ଗୁଲେରିଆ । ଆଜି ନୁଆଦିଲ୍ଲୀରେ ଏକ ପ୍ରେସ୍ କନ୍‌ଫରେନ୍ସ ସମୟରେ ସେ କହିଛନ୍ତି ଏକ ଅଧ୍ୟୟନରୁ ଜଣା ପଡିଛି ଯେ ୩୦ ରୁ ୪୦ ପ୍ରତିଶତ ଲୋକେ ସାମାନ୍ୟ ଲକ୍ଷଣ ଥାଇ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେମାନେ ସିଟି ସ୍କାନ୍ କରାଇ ନେଉଛନ୍ତି, ତେବ ଏହି ସାମାନ୍ୟ ଲକ୍ଷଣକୁ ବିନା ଚିକିତ୍ସାରେ ଠିକ ହୋଇଯିବ ବୋଲି ସେ କହିଛନ୍ତି । 

ଏହା ସହିତ ସେ କହିଛନ୍ତି ଗୋଟିଏ ସିଟି ସ୍କାନ୍ ୩୦୦ ରୁ ୪୦୦ ଏକ୍ସ-ରେ ସହିତ ସମାନ ଏବଂ ଏହା ପରବର୍ତି ସମୟରେ କର୍କଟ ରୋଗ ଭଳି ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି । ଏହା ଦ୍ୱାରା କ୍ଷତିକାରକ ରେଡିଏସନ୍ ବ୍ୟକ୍ତିଙ୍କର ଶରୀରକୁ କ୍ଷତି ପହଁଚାଇ ପାରେ । ସେ କହିଛନ୍ତି ଯଦି ଆପଣ ଦ୍ୱନ୍ଦରେ ଅଛନ୍ତି ତେବେ ନିଜ ଛାତିର ଏକ୍ସ-ରେ କରାଇ ନିଅନ୍ତୁ ଯଦି ଆବଶ୍ୟକ ପଡେ ତେବେ ଡାକ୍ତର ଆପଣଙ୍କୁ ପରମର୍ଷ ଦେବେ କି ସିଟି ସ୍କାନ୍ ଦରକାର ଅଛି ବା ନାହିଁ ।

ସେହିପରି ଯଦି ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି ସେ ରକ୍ତ ପରିକ୍ଷା, ସିପିସି ବା ଏଲଡିଏହ୍ ପରିକ୍ଷା କରିବା ଆଦୌ ଦରକାର ନାହିଁ ଏହା ଲୋକମାନଙ୍କୁ ଭୟଭିତ କରିବ । ତେବେ ସେ ବାୟୋମାର୍କରକୁ ନେଇ ସତର୍କ କରାଇ ଦେଇଛନ୍ତି ଏବଂ ସିଟି ସ୍କାନ୍ ସେତେବେଳେ କରନ୍ତୁ ଯଦି ଏହାର ଆବଶ୍ୟକ ଥାଏ । 

ଏମ୍ସ ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ ଭାରୀ ଷ୍ଟେରଏଡ ଗ୍ରହଣ କଲେ ଭୟଙ୍କର ନିମୋନିଆ ହୋଇପାରେ ଯାହା ଫୁସଫୁସରେ ବ୍ୟାପିପାରେ। ସାମାନ୍ୟ ଔଷଧ ସହିତ ସାମାନ୍ୟ ରୋଗର ଚିକିତ୍ସା କରାଯାଇପାରିବ। ଭାରୀ ଷ୍ଟେରଏଡ ଗ୍ରହଣ କରିବାର କୌଣଷି ଆବଶ୍ୟକତା ନାହିଁ କାରଣ ସେଗୁଡିକ କେବଳ ମଧ୍ୟମ କିମ୍ବା ଗୁରୁତର ସଂକ୍ରମଣରେ ନିଆଯାଏ।

  • Tags:

Subscribe

National International State Sports Entertainment