ନୂଆଦିଲ୍ଲୀ: ହାଇଦ୍ରାବାଦର ପ୍ରସିଦ୍ଧ NALSAR ବିଶ୍ୱବିଦ୍ୟାଳୟରେ ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧକୁ ନେଇ ବାର କାଉନସିଲ୍ ଅଫ୍ ଇଣ୍ଡିଆ (BCI) କଡ଼ା କାର୍ାନୁଷ୍ଠାନ ଗ୍ରହଣ କରିଛି। ବିସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ NALSAR ରୁ ୨୦୨୬ ମସିହାରେ ଆଇନ ଡିଗ୍ରୀ ହାସଲ କରିବାକୁ ଥିବା କୌଣସି ବି ଛାତ୍ରଛାତ୍ରୀଙ୍କୁ ଓକିଲ ଭାବେ ନାମାଙ୍କନ କରାଯିବ ନାହିଁ। ଏହି ସମ୍ପୂର୍ଣ୍ଣ ଘଟଣାରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କଠାରୁ ୩ ଦିନ ଭିତରେ ରିପୋର୍ଟ ମଗାଯାଇଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିଛିଦିନ ପୂର୍ବରୁ ଏକ ଛାତ୍ର ଆନ୍ଦୋଳନ ସମୟରେ CJIଙ୍କ କିଛି ମନ୍ତବ୍ୟକୁ ନେଇ NALSAR ର କିଛି ଛାତ୍ରଛାତ୍ରୀ ତୀବ୍ର ପ୍ରତିବାଦ କରିଥିଲେ। ସେମାନେ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଏକ ଦାବି ପତ୍ର ଦେଇ ଚେତାବନୀ ଦେଇଥିଲେ ଯେ, ଯଦି ବାର୍ଷିକ ସମାବର୍ତ୍ତନ ଉତ୍ସବକୁ CJIଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଏ, ତେବେ ସେମାନେ ଏହାକୁ ବର୍ଜନ କରିବେ।
ବାର କାଉନସିଲର କଡ଼ା ପଦକ୍ଷେପ
ଏହି ମାମଲାରେ ହସ୍ତକ୍ଷେପ କରି BCI ସ୍ପଷ୍ଟ କରିଛି ଯେ, ଦେଶରେ ଆଇନଗତ ଶିକ୍ଷାର ନିୟାମକ ସଂସ୍ଥା ହୋଇଥିବାରୁ ଏଭଳି ପରିସ୍ଥିତିରେ ସଂସ୍ଥା କେବେବି ଚୁପ୍ ବସିବ ନାହିଁ। କେବଳ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ରିପୋର୍ଟ ଆଧାରରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ନାହିଁ, ବରଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣିତ ତଥ୍ୟ ସଂଗ୍ରହ କରାଯିବ। ରିପୋର୍ଟ ହସ୍ତଗତ ହେବା ପରେ ଆଗାମୀ ଅଗଷ୍ଟ ୧୯ ତାରିଖରେ ପରବର୍ତ୍ତୀ କାର୍ାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
BCI ର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ଦ୍ୱାରା ଜାରି ଏକ ପତ୍ରରେ ଦର୍ଶାଯାଇଛି ଯେ, ଦେଶର ସମସ୍ତ ରାଜ୍ୟର ବାର କାଉନସିଲ୍ ଗୁଡ଼ିକୁ ଏହି ବିଷୟରେ ଅବଗତ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ NALSARର ୨୦୨୬ ବ୍ୟାଚ୍ର କୌଣସି ବି ଛାତ୍ରଙ୍କୁ ଓକିଲ ଭାବେ ପଞ୍ଜୀକରଣ ନକରିବାକୁ କୁହାଯାଇଛି।
ନାଲସାର୍ (NALSAR) ଠାରୁ ମଗାଗଲା ପ୍ରମାଣ ଓ ତାଲିକା
ବିସିଆଇ ପକ୍ଷରୁ ବିଶ୍ୱବିଦ୍ୟାଳୟରୁ ସେହି ଜ୍ଞାପନ ପତ୍ରର ନକଲ ମଗାଯାଇଛି, ଯାହାକୁ CJIଙ୍କ କାର୍ଯ୍ୟକ୍ରମ ବିରୋଧରେ ପ୍ରଦାନ କରାଯାଇଥିଲା। ଏହାସହ ଏହି ଅଭିଯାନରେ ସାମିଲ ଥିବା ଛାତ୍ରଛାତ୍ରୀଙ୍କ ସ୍ୱାକ୍ଷର ତାଲିକା ମଧ୍ୟ ମଗାଯାଇଛି। ଯେଉଁମାନେ ଏହି ବିରୋଧ ପ୍ରଦର୍ଶନର ଆହ୍ୱାନ ଦେଇଥିଲେ, ବୈଠକ ଆୟୋଜନ କରିଥିଲେ ଏବଂ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ, ସେମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଯଦି ଏଥିରେ କୌଣସି ଅଧ୍ୟାପକ, ଗବେଷକ, ପ୍ରାକ୍ତନ ଛାତ୍ର କିମ୍ବା ବାହାର ବ୍ୟକ୍ତିଙ୍କ ସଂପୃକ୍ତି ଥାଏ, ତେବେ ତାର ପୂରା ବିବରଣୀ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।