ବାଙ୍ଗାଲୋରର ରାମେଶ୍ୱରମ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଛି। ତେବେ ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି କାଫେର କର୍ମଚାରୀଙ୍କ ସମେତ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ତେବେ ସମସ୍ତ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବେଙ୍ଗାଲୁରୁର ହ୍ୱାଇଟ୍ଫିଲ୍ଡରେ ଥିବା ରାମେଶ୍ୱରମ କାଫେରେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାୟ ଗୋଟାଏ ବେଳେ ଏହି ବିସ୍ଫୋରଣ ଘଟି ୫ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ କାଫେର କର୍ମଚାରୀଙ୍କ ସମେତ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ତେବେ ସମସ୍ତ ଗୁରୁତରଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କେଉଁ କାରଣରୁ ବିସ୍ଫୋରଣର ହେଲା ତାହାର କୌଣସି କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେଣୁ ପୋଲିସ ଘଟଣା ସ୍ଥଳରେ ପହଂଚି କିଆରୀ ଏହି ବିସ୍ଫୋରଣ ଘଟିଲା ସେହି ବାବଦରେ ଅଧିକ ତଦନ୍ତ କରୁଛି।