ଚଳନ୍ତା କାରରେ ଲାଗିଲା ନିଆଁ। ଫଳରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ତୁରନ୍ତ ତାଙ୍କୁ ଜଳନ୍ତା କାରରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏଭଳି ହୃଦୟ ବିଦାରକ ଘଟଣା ବିହାରର ସାରଣ ଜିଲ୍ଲାର ଛାପରାରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅର୍ଧ ଦଗ୍ଧ ମୃତଦେହକୁ ଉଦ୍ଧାର କରିବା ସହିତ ସମସ୍ତ ଘଟଣା ବାବଦରେ ତଦନ୍ତ କରୁଛି।
ସୂଚନା ମୁତାବକ, ଜୁନ୍ ୧୩ ତାରିଖ ସକାଳେ ସେ ନିଜ ଶ୍ବଶୁର ଘର ଗଡ଼ଖା ଥାନା ଅନ୍ତର୍ଗତ ମୋରା ବସନ୍ତ ଗାଁରୁ ପତ୍ନୀଙ୍କୁ ଧରି କାରରେ ଅଯୋଧ୍ୟା ଦର୍ଶନ କରିବାକୁ ଯାଇଥିଲେ। ସେହି ସମୟରେ ବିହାରର ସାରଣ ଜିଲ୍ଲାର ଛାପରାରେ ନିକଟରେ ହଠାତ କାରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ତେବେ ନିଆଁର ପ୍ରଭାବ ଏତେ ଅଧିକ ହୋଇଯାଇଥିଲା ଯେ ମହିଳା ଜଣକ କାର ର ବାହାରକୁ ବାହାରି ପାରି ନ ଥିଲେ। ଫଳରେ ସେ କାର ଭିତରେ ହିଁ ପୋଡି ଯାଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ସ୍ଵାମୀ ମଧ୍ୟ ଗୁରୁତର ଭାବରେ ପୋଡ଼ି ହୋଇଯାଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟା ସୋନି କୁମାରୀ। ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।