ଆଗ୍ରାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହେବାସହିତ ୩ ଜଣ ଆହତ ହୋଇଛନ୍ତି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା । ପରେ ଏହି ଦୁର୍ଘଟଣାର ତଦନ୍ତ କରିଥିଲା । ସୂଚନା ଅନୁସାରେ, ଏକ କାରରେ ପ୍ରାୟ ୮ ଜଣ ଗୋଟେ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଅଧାବାଟରେ ଦୁର୍ଘଟଣାର ସାମ୍ନା କରିଥିଲା । ହସଖୁସିରେ ହେଉଥିବା ଯାତ୍ରା ଦୁଃଖରେ ପରିଣତ ହୋଇଯାଇଥିଲା ।
କାରଟି ଗ୍ରେଟର ନୋଏଡାରୁ ବିହାରର ଦେବରିୟାକୁ ଯାଉଥିବା ସମୟରେ ଅଧାବାଟରେ ଭାରସ୍ୟାମ ହରାଇ ଡିଭାଇଡରରେ ପିଟି ହୋଇଥିଲା । ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହେବାସହିତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସମସ୍ତ ମୃତକଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଏହି ଖବର ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ଆଗକୁ ପଢ଼ନ୍ତୁ : ଭୁଶୁଡି ପଡିଲା ନିର୍ମାଣଧୀନ କୋଠା