ତାସ ଘରପରି ଭୁଶୁଡି ପଡିଲା ଚାରି ମହଲା କୋଠା । ଚାହୁଁଚାହୁଁ ଆଖିପିଛୁଳାକେ ମାଟିରେ ମିଶିଗଲା କୋଠା । ଧରାଶାୟୀ ହୋଇଗଲା କୋଠା । ଜୀବନ ପିଛୁଳାକେ ଯିଏ ଯୁଆଡେ ଦୌଡିବାକୁ ଲାଗିଲେ । ଏପରି ଘଟଣା ଦିଲ୍ଲୀ କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ।
ସୂଚନା ଅନୁଯାୟୀ କୋଠାଟି ନିର୍ମାଣ ହେଉଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । କୋଠା ଭୁଶୁଡିବା ପୂର୍ବରୁ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିଦେଇଥିଲା ।