ନିର୍ବାଚନ ପୂର୍ବରୁ ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଦିନରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଦେଶରେ CAPF ଯବାନ ମୁତୟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ସମୟରେ ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢ଼ୁଥିବାରୁ ନିର୍ବାଚନ ପୂର୍ବରୁ ୩ ଲକ୍ଷ ୪୦ ହଜାର CAPF ଯବାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଗତ ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ମାଓ ପ୍ରବଣ ଅଞ୍ଚଳରେ CAPF ଯବାନଙ୍କୁ ବହୁତ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି ।
ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଏପରି ଘୋଷଣା କରାଯାଇଛି । ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର CAPF ଯବାନଙ୍କୁ ନିଯୁକ୍ତି ଦିଆଯିବ । ପଶ୍ଚିମବଙ୍ଗ ଓ ଜାମ୍ମୁ କାଶ୍ମୀରରେ ଚଳିତ ସପ୍ତାହ ଶେଷ ସୁଦ୍ଧା ଯବାନମାନଙ୍କୁ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ୨ ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ : ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ