ଚଳିତବର୍ଷ ଫେବୃଆରୀ ମାସରେ ୫୧୩୫.୮୧ କୋଟି ଟଙ୍କା ମୋଟ ଜିଏସଟି ଆଦାୟ କରିଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି । ଚଳିତ ଆାର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟିକୁ ସଂଗ୍ରହ ପରିମାଣକୁ ବିଚାରକୁ ନେଲେ ୨୦୨୩ ଆର୍ଥିକ ବର୍ଷ ତୁଳନାରେ ୧୨.୫ ପ୍ରତିଶତ ଅଭିବୃଦ୍ଧି ସହ ୪୯୬୩୮.୬୪ କୋଟି ଟଙ୍କା ସଂଗୃହୀତ ହୋଇଛି ।
ଅର୍ଥମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଜିଏସଟି କଲେକସନ ରିପୋର୍ଟ ମୁତାବକ ମୋଟ ୫୧୩୫.୮୧ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଛି । ଫେବୃଆରୀ ୨୦୨୩ ତୁଳନାରେ ଏହା ୧୨.୫ ପ୍ରତିଶତ ଅଧିକ । ଜିଏସଟି ଆଦାୟର ଏଭଳି ବୃଦ୍ଧି ଭିତରେ ଘରୋଇ କାରବାରରୁ ଜିଏସଟି ଆଦାୟ ୧୩.୯ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଦ୍ରର୍ବ୍ୟର ଆମଦାନୀ ଉପରେ ଜିଏସଟି ଆଦାୟ ୮.୫ ପ୍ରତିଶତ ବୃଦ୍ଧି ପାଇଛି ।
ଅଧିକ ପଢନ୍ତୁ : ୪ ବର୍ଷରେ କମିଲେ ୧୯୨ଟି କଲରାପତରିଆ ବାଘ