ବଡ଼ଦୋରା: ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡକୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ 'ଜୈଶ-ଏ-ମହମ୍ମଦ' ବିରୋଧରେ ଗୁଜରାଟ ଏଟିଏସ୍ ଚଳାଇଥିବା ଅଭିଯାନରେ ବଡ଼ୋଦରାରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏହା ଏକ ବଡ଼ ସଫଳତା ଭାବରେ ବିବେଚନା କରାଯାଉଛି। ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହାର ଯାଞ୍ଚ ଜାରି ରହିଛି ।
ଅବୈଧ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମ୍ପର୍କରେ ଗୁଜରାଟ ଏଟିଏସକୁ ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିଥିଲା। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୯ଟା ସମୟରେ ଏଟିଏସ-ର ଏକ ଦଳ ଜାରୋଡ୍ ବସ୍ ଷ୍ଟାଣ୍ଡ ନିକଟରେ ନଜର ରଖିଥିଲେ । ଏହି ସମୟରେ ସନ୍ଦିଗ୍ଧ ବ୍ୟକ୍ତି ଏକ ସରକାରୀ ବସରୁ ବସଷ୍ଟାଣ୍ଡରୁ ଓହ୍ଲାଇଥିଲା । ସେ ବସ୍ରୁ ଓହ୍ଲାଇବା ମାତ୍ରେ ସେଠାରେ ପୂର୍ବରୁ ମୁତୟନ ଥିବା ଏଟିଏସ୍ ଦଳ ତୁରନ୍ତ କାବୁ କରିନେଇଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସନ୍ଦିଗ୍ଧ ଜଣକ ଆସାମର ବାସିନ୍ଦା ଅଟେ । ତା ନିକଟରୁ ଗୋଟିଏ AK-୪୭ ରାଇଫଲ୍ ଏବଂ ୨୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତର ଆତଙ୍କୀ ସଂଗଠନ 'ଜୈଶ-ଏ-ମହମ୍ମଦ'ର ସଦସ୍ୟ ଥିବା ଜଣାପଡ଼ିଛି । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଜେରା ଜାରି ରହିଛି ।