ଶ୍ରୀନଗର: ଜାମୁ କାଶ୍ମୀରରେ ଜବରୱାନ ଜଙ୍ଗଲ ମଧ୍ୟରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ସନ୍ଦେଶ ମିଳିବା ପରେ, ରବିବାର ପୋଲିସ ଓ ସୁରକ୍ଷା କର୍ମୀଙ୍କ ମିଳିତ ଭାବରେ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ସେହି ଜଙ୍ଗଲରେ ଥିବା ୨ ଆରୋହଣକାରୀ ବିପଦଜନକ ସ୍ଥିତିରେ ପଡିଯାଇଥିଲେ । ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ପଥରଗଦା ପଛରେ ଲୁଚି ରହି ୧୦୦ ନମ୍ବରରେ ଫୋନ କରି ନିଜର ସ୍ଥିତି ସମ୍ଭନ୍ଧରେ ପୋଲିସକୁ ଅବଗତ କରାଇଥିଲେ । ଏହା ପରେ ପୋଲିସ କିଛି ସମୟ ପାଇଁ ଏହି ଅପରେସନକୁ ସ୍ଥଗିତ ରଖି ଆରୋହଣକାରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ।
ଏହି ଘଟଣା ପରେ କାଶ୍ମୀର ପୋଲିସ ସବୁ ଆରୋହଣକାରୀ କରି ମାନଙ୍କୁ ନିଜର ଗତିପଥ ବିଷୟରେ ଅବଗତ କରିବା ପାଇଁ ନିର୍ଦେଶ ଦେଇଛି । ମୁଖ୍ୟତଃ ଯେଉଁ ଅଞ୍ଚଳ ଗୁଡିକରେ ପୋଲିସର ଅପରେସନ ଜାରି ରହିଛି, ସେଠାରେ ନିଜର ଗତିପଥ ତଥା ଭ୍ରମଣ ଯୋଜନା ବିଷୟରେ ନିକଟସ୍ଥ ପୋଲିସ ଷ୍ଟେସନରେ ସୂଚନା ଦେବା ପାଇଁ ନିର୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଏହି ଅପରେସନ ଏବେ ମଧ୍ୟ ଚାଲୁରହିଛି । କାଶ୍ମୀର ପୋଲିସ ମୁଖ୍ୟ ବିଧି କୁମାର ବିର୍ଦ୍ଦିଙ୍କ ଅନୁଯାୟୀ ଆରୋହଣକାରୀ ତଥା ଭ୍ରମଣକାରୀ ମାନେ ନିଜର ଭ୍ରମଣର ଯୋଜନା ତଥା ରୋଡମ୍ୟାପ ସମ୍ବନ୍ଧରେ ନିକଟସ୍ଥ ପୋଲିସ ଷ୍ଟେସନ୍କୁ ଅବଗତ କରାଇବାକୁ ସୂଚନା ଦେଇଛନ୍ତି । ଏହି ପ୍ରୋଟୋକଲକୁ ମାନିଲେ କୌଣସି ଅପ୍ରୀତିକର ପରିସ୍ଥିତିରୁ ରକ୍ଷାପାଇବା ସହ ପୋଲିସ ନିର୍ଦ୍ୱନ୍ଦରେ ନିଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।