ଜୟପୁର: ରାଜସ୍ଥାନ ସରକାର ଗୁରୁବାର ବଡ଼ଧରଣର ପ୍ରଶାସନିକ ଅଦଳବଦଳ କରିଛନ୍ତି। ରାଜ୍ୟରେ ୧୦୮ ଜଣ ଆଇଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି। ସେହିପରି ବର୍ତ୍ତମାନର ଦାୟିତ୍ୱ ବ୍ୟତୀତ ୨୦ ଜଣ ଆଇଏଏସ୍ ଅଫିସରଙ୍କୁ ସରକାର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଆଇଏଏସ୍ ଅଫିସର ଟିନା ଡାବି ଏବଂ ତାଙ୍କ ସ୍ୱାମୀ ପ୍ରଦୀପ କେ.ଗୱାଣ୍ଡେଙ୍କୁ ସରକାର ଏକ ବଡ଼ ଦାୟିତ୍ବ ଦେଇଛନ୍ତି।
୨୦୧୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କୁ ଏବେ ବାରମେର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ଇଜିଏସ୍ କମିଶନର ଥିଲେ। ତାଙ୍କ ସ୍ୱାମୀ ପ୍ରଦୀପ କେ ଗୱାଣ୍ଡେ ଜାଲୋର ଜିଲ୍ଲାପାଳ ଏବଂ ମାଜିଷ୍ଟ୍ରେଟ ହେବେ।
ଆଇଏଏସ୍ ବିଜୟ ପାଲ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିସନର କରାଯାଇଛି। ଜିତେନ୍ଦ୍ର କୁମାର ସୋନି ହେବେ ଜୟପୁର ଜିଲ୍ଲାପାଳ । ହରିମୋହନ ମୀନାଙ୍କୁ ଡିଗ୍ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି। ରାମ ଅବତାର ମୀନାଙ୍କୁ ଝୁନଝୁନୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଟିନା ଡାବିଙ୍କ ସ୍ଥାନରେ ପୁଷ୍ପା ସତ୍ୟାନୀଙ୍କୁ ଇଜିଏସ୍ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।
ଆଇଏଏସ୍ ଅଫିସର ମୁକୁଲ ଶର୍ମା ସିକର, ଶୁଭମ ଚୌଧୁରୀ ରାଜସମନ୍ଦ, ଆଶିଷ ମୋଦି ଚୁରୁ, କିଶୋର କୁମାର ଖଇରଥାଲ-ତିଜରା, ଲୋକବନ୍ଧୁ ଆଜମେର, ଡ. ମଞ୍ଜୁ ଶ୍ରୀଗଙ୍ଗାନଗର ଏବଂ ଆରତୀକା ଶୁକ୍ଳା ଅଲୱାର ଜିଲ୍ଲାର ଜିଲ୍ଲାପାଳ ହେବେ। ଆପଣ ଏଠାରେ କ୍ଲିକ୍ କରି ଟ୍ରାନ୍ସଫରର ସମ୍ପୂର୍ଣ୍ଣ ତାଲିକା ପଢିପାରିବେ।
ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ପାକ୍ ଆର୍ମି କଲା ଖୁଲାସା