ଗୋରଖପୁର: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁଏତ୍ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି। ବିଗତ ଦିନରେ କୁଏତରେ ହୋଇଥିବା ଅଗ୍ନିକାଣ୍ଡରେ ଜୀବନ ହାରିଥିବା ଗୋରଖପୁରର ୨ ଜଣ ଶ୍ରମିକଙ୍କ ପରିବାର ଲୋକ ଏବଂ ଜମ୍ମୁର ଶିବଖୋଡୀରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ଶ୍ରଦ୍ଧାଳୁମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏଥି ସହିତ ସେ ମୃତକଙ୍କ ପରିବାରକୁ ସହାୟତା ରାଶି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଦେଶ ମନ୍ତ୍ରାଳୟ ଓ କୁଏତରେ ଭାରତୀୟ ଦୂତାବାସ ସହିତ ସଂପର୍କ କରି ସେମାନଙ୍କର ମୃତଦେହ ସମ୍ମାନପୂର୍ବକ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବାକୁ ବ୍ୟବସ୍ଥା କରିଛନ୍ତି। ଶନିବାର ଦିନ ୨ ମୃତଦେହ ଘରକୁ ପହଞ୍ଚିଲା ପରେ ସସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯାଇଥିଲା। ରବିବାର ସକାଳୁ ମୁଖ୍ୟମନ୍ତ୍ରୀ ଦୁଇ ମୃତକଙ୍କ ସଂପର୍କୀୟଙ୍କୁ ଭେଟି ୫-୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ।
ସୂଚନାଯୋଗ୍ୟ, ଗତ ବୁଧବାର ଦିନ କୁଏତର ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ। କେରଳରୁ ସର୍ବାଧିକ ୨୩ ଜଣ ଥିଲେ। ସେହିପରି ଅନ୍ୟ ରାଜ୍ୟର ଶ୍ରମିକମାନେ ମଧ୍ୟ ଅଗ୍ନିକାଣ୍ଡରେ ଜୀବନ ହାରିଥିଲେ। ମୃତକମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଗୋରଖପୁର ସଦର ତହସିଲ ଅନ୍ତର୍ଗତ ଜଟେପୁର ଉତ୍ତର ନିବାସୀ ଅଙ୍ଗଦ ଗୁପ୍ତା ଓ କ୍ୟାମ୍ପିୟରଗଂଜ ତହସିଲ ଅଧୀନ ଭମ୍ମୌର ନିବାସୀ ଜୟରାମ ଗୁପ୍ତା ମଧ୍ୟ ସାମିଲ ଥିଲେ। ଏହି ଅଗ୍ନିକାଣ୍ଡରେ ୩୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Gorakhpur city financial assistance of Rs 5 lakh each given to families of two workers