ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲାରେ ଜମି ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ନିଆଁରେ ଜୀବନ୍ତ ଫିଙ୍ଗି ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ନିଆଁରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭାଲେରୀ ଥାନା ଅଧିକାରୀ ଜଗଦୀଶ ସିଂହ କହିଛନ୍ତି ଯେ ଚୁରୁ ଜିଲ୍ଲାର ଖଣ୍ଡୱା ପିପିଧର ଗ୍ରାମର ଦୁଇ ପକ୍ଷ ମଧ୍ୟରେ ଜମିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶୁକ୍ରବାର ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଗୋଟିଏ ପାର୍ଶ୍ୱରୁ ୩୦ ବର୍ଷୀୟା ସୁନୀତାଙ୍କୁ ବଳପୂର୍ବକ ଉଠାଇ ନିଆଁରେ ଫିଙ୍ଗି ଦେଇଥିଲେ।
ଆକ୍ରମଣ ପରେ ଗୋଟିଏ ପକ୍ଷର ଲୋକେ କ୍ଷେତରେ ନିଆଁ ଲଗାଇ ଦେଇଥିଲେ, ଯେଉଁଥିରେ ସେମାନେ ମହିଳାଙ୍କୁ ଜୋରଜବରଦସ୍ତ ଉଠାଇ ଫିଙ୍ଗି ଦେଇଥିଲେ। ଏହି ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ନିଆଁରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଚାଲିଛି।
ଅଧିକ ପଢ଼ନ୍ତୁ: ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ ଆରଟିଆଇ କର୍ମୀ