ମୁମ୍ବାଇ: ଜେଟ୍ ଏୟାରୱେଜ୍ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କୁ ବମ୍ବେ ହାଇକୋର୍ଟ ସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ସେ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିଲେ। ଚଳିତ ବର୍ଷ ମେ’ ମାସରେ ଜଷ୍ଟିସ ଏନ୍ ଜେ ଜମାଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତରୀ କାରଣରୁ ଗୋଏଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
ଜଷ୍ଟିସ ଜମାଦାର ସୋମବାର ଏହି ଅନ୍ତରୀଣ ଆଦେଶକୁ ସ୍ଥାୟୀ କରିଛନ୍ତି। ୭୫ ବର୍ଷୀୟ ଗୋୟଲ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଚିକିତ୍ସା ପାଇଁ ସେ ଜାମିନ ମାଗିଥିଲେ। ଇଡି ତାଙ୍କ ଆବେଦନକୁ ବିରୋଧ କରି କହିଥିଲା ଯେ ତାଙ୍କୁ ତାଙ୍କ ପସନ୍ଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇପାରିବ ଏବଂ ହେପାଜତରେ ଥିବା ସମୟରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଇପାରିବ।
ମେ' ମାସରେ ହାଇକୋର୍ଟ ଗୋଏଲଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ, ଯାହାପରେ ୪ ସପ୍ତାହ ଓ ପରେ ୨ ମାସ ବୃଦ୍ଧି କରାଯାଇଥିଲା। ଜେଟ ଏୟାରୱେଜ୍କୁ କାନାରା ବ୍ୟାଙ୍କ ଦେଇଥିବା ୫୩୮.୬୨ କୋଟି ଟଙ୍କାର ଋଣ ଦୁର୍ନୀତି କରିଥିବା ଅଭିଯୋଗରେ ଇଡି ୨୦୨୩ ସେପ୍ଟେମ୍ବରରେ ଗୋୟଲଙ୍କୁ ଗିରଫ କରିଥିଲା। ନଭେମ୍ବର ୨୦୨୩ରେ ତାଙ୍କ ପତ୍ନୀ ଅନିତା ଗୋଏଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ନଭେମ୍ବର ୧୨ରେ ଏୟାର ଇଣ୍ଡିଆରେ ହେବ ବିଲୟ ଭିସ୍ତାରା