ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକର ରିଚାର୍ଜ ପ୍ଲାନ୍ର ମୂଲ୍ୟ ବୃଦ୍ଧି ପାଇବା ପରେ ସରକାରୀ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍ ଗୋଟିଏ ପରେ ଗୋଟିଏ ନୂଆ ପ୍ଲାନ୍ ଆଣିବାରେ ଲାଗିଛି। ଜୁଲାଇ ମାସରୁ କମ୍ପାନି ନିଜର ରିଚାର୍ଜ ପ୍ଲାନ ତାଲିକାରେ ଅନେକ ବଡ଼ବଡ଼ ପ୍ଲାନ ଆଣିଛି। ସେପଟେ ବିଏସ୍ଏନ୍ଏଲ୍ ନିଜର ପୋର୍ଟଫୋଲିଓରେ ଏକ ମାସରୁ ଅଧିକ ସମୟର ଏକ ବଡ ପ୍ଲାନ ଆଣିଛି।
ଜିଓ, ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆ (ଭିଆଇ) ନିଜର ଛୋଟ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ମାତ୍ର ୨୮ ଦିନର ବୈଧତା ଦେଉଛନ୍ତି। ସେହିପରି ବିଏସଏନଏଲ ୨୫୦ ଟଙ୍କାରୁ କମ୍ ମୂଲ୍ୟରେ ୪୦ ଦିନର ବୈଧତା ପ୍ରଦାନ କରୁଛି। ଯଦି ଆପଣ ବିଏସଏନଏଲ ସିମ୍ ବ୍ୟବହାର କରନ୍ତି ତେବେ ଏହି ରିଚାର୍ଜ ପ୍ଲାନ ଆପଣଙ୍କ ପାଇଁ ସର୍ବୋତ୍ତମ ଅଫର ହୋଇପାରେ।
ନିକଟରେ ବିଏସଏନଏଲ ଗ୍ରାହକଙ୍କ ପାଇଁ ୨୪୯ ଟଙ୍କାର ଏକ ଅତ୍ୟନ୍ତ ଶସ୍ତା ରିଚାର୍ଜ ପ୍ଲାନ ଆଣିଛି। ଏହି ପ୍ଲାନରେ କମ୍ପାନି ଗ୍ରାହକଙ୍କୁ ଶସ୍ତା ଅଫର ଦେଉଛି। ବିଏସ୍ଏନ୍ଏଲ୍ର ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୪୫ ଦିନ ପର୍ଯ୍ୟନ୍ତ ଯେକୌଣସି ନେଟୱାର୍କରେ ମାଗଣା କଲିଂ ସୁବିଧା ଦିଆଯାଉଛି। ମାଗଣା କଲିଂ ସହିତ ଆପଣଙ୍କୁ ଦୈନିକ ୧୦୦ଟି ମାଗଣା ଏସଏମଏସ ମଧ୍ୟ ମିଳିବ।
ସରକାରୀ ଟେଲିକମ୍ କମ୍ପାନି ଏହି ପ୍ଲାନ୍ ଅଧୀନରେ ନିଜ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ପ୍ରଦାନ କରିଥାଏ। ଅର୍ଥାତ୍ ଏହି ରିଚାର୍ଜ ପ୍ଲାନ୍ ଜରିଆରେ ଆପଣ ଦିନର ମନୋରଞ୍ଜନ କରିପାରିବେ। ତେବେ ଏହି ପ୍ଲାନରେ ବହୁତ ଅନଲିମିଟେଡ ଡାଟା ଦିଆଯାଇଥାଏ କିନ୍ତୁ ୨ ଜିବି ଡାଟାର ସୀମା ଅତିକ୍ରମ କରିବା ପରେ ଆପଣଙ୍କୁ ୪୦ କେବିପିଏସ ସ୍ପିଡ ମିଳିବ।
ବିଏସ୍ଏନ୍ଏଲ୍ ୟୁଜର୍ସଙ୍କ ପାଇଁ ବିଏସ୍ଏନ୍ଏଲ୍ ୫ଜିର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ୫ଜି ନେଟୱାର୍କ ପାଇଁ ପ୍ରସ୍ତୁତି ପାଇଁ ବିଏସଏନଏଲ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଏବଂ ଖୁବଶୀଘ୍ର ୫ଜି ଟାୱାର ସ୍ଥାପନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନି ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଦ୍ରୁତ ଇଣ୍ଟରନେଟ୍ ସଂଯୋଗ ଆଣିବ ବୋଲି ପ୍ରତିଶ୍ରୁତି ଦେଇଛି, ଯାହା ସେମାନଙ୍କ ହାଇସ୍ପିଡ୍ ଡାଟା ଆବଶ୍ୟକତାକୁ ପୂରଣ କରିବ।
ଅଧିକ ପଢ଼ନ୍ତୁ: ଜେଟ୍ ଏୟାରୱେଜ୍ର ପ୍ରତିଷ୍ଠାତାଙ୍କୁ ଆଶ୍ବସ୍ତି