ନୂଆଦିଲ୍ଲୀ: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ସଂସଦୀୟ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ମେଣ୍ଟ ପରାଜୟ ଆଡ଼କୁ ଗତି କରୁଛି ବୋଲି ସେ କହିଛନ୍ତି। ୨୦୧୭ରୁ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି। ସେମାନଙ୍କ ମେଣ୍ଟ ବଡ଼ ପରାଜୟର ଆଡ଼କୁ ଗତି କରୁଛି। ମୁଁ ମୋ ଦେଶ ପାଇଁ ଯାହା କରିପାରିଲି, ତାହା କରିଛି। ଲୋକମାନେ ଆଉ ଏକ ଦଳ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ଦେଶକୁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନବୀନ ରାମଗୁଲାମ ତୃତୀୟ ଥର ପାଇଁ ଦାୟିତ୍ୱ ନେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନବୀନ ରାମଗୁଲାମଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି, 'ମୋ ବନ୍ଧୁ ଡକ୍ଟର ରାମଗୁଲାମଙ୍କ ସହ ସକରାତ୍ମକ କଥାବାର୍ତ୍ତା ହୋଇଛି। ନିର୍ବାଚନରେ ଐତିହାସିକ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ମରିସସ୍ର ନେତୃତ୍ୱ ନେବାରେ ତାଙ୍କର ମହାନ ସଫଳତା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ଏବଂ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛି। ଆମର ସ୍ୱତନ୍ତ୍ର ଏବଂ ଅନନ୍ୟ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବାକୁ ମୁଁ ଉତ୍ସାହିତ।
ମରିସସବାସୀ ସଂସଦକୁ ୬୨ ଜଣ ସାଂସଦଙ୍କୁ ନିର୍ବାଚିତ କରିଛନ୍ତି। ରବିବାର ଏଠାରେ ମତଦାନ ହୋଇଥିଲା। ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ଏଠାରେ ଅଧାରୁ ଅଧିକ ଆସନର ଆବଶ୍ୟକତା ରହିଛି। ବିବାଦୀୟ ଚାଗୋସ୍ ଦ୍ୱୀପପୁଞ୍ଜକୁ ପୁନରୁଦ୍ଧାର କରିବା ପାଇଁ ଗତ ମାସରେ ବ୍ରିଟେନ ସହ ହୋଇଥିବା ଐତିହାସିକ ଚୁକ୍ତିକୁ ପାଳନ କରୁଥିଲା। କିନ୍ତୁ ଏକ ଦୁର୍ନୀତି ଦେଶର ରାଜନୀତିକୁ ବଦଳାଇ ଦେଇଥିଲା। ବାସ୍ତବରେ ରାଜନେତା, କୂଟନୀତିଜ୍ଞ ଓ ସାମ୍ବାଦିକଙ୍କ ଗୁପ୍ତରେ ରେକର୍ଡ ହୋଇଥିବା ଫୋନ୍ କଲ୍ ଅନଲାଇନରେ ଲିକ୍ ହୋଇଥିଲା।
ଅଧିକ ପଢ଼ନ୍ତୁ: ଗାଜା ଓ ଲେବାନନ୍ ପ୍ରସଙ୍ଗରେ କ'ଣ କହିଲେ ମହମ୍ମଦ ବିନ୍ ସଲମାନ