ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟରେ ଆଜି ୫୮ଟି ଆସନରେ ମତଦାନ ଜାରି ରହିଛି। ଏହି କ୍ରମରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ସମସ୍ତ ୭ ଆସନରେ ମଧ୍ୟ ମତଦାନ ଚାଲିଛି। ଦିଲ୍ଲୀର ଲୋଧୀ ଇଷ୍ଟସ୍ଥିତ ଅଟଳ ଆଦର୍ଶ ସ୍କୁଲରେ କରାଯାଇଥିବା ମତଦାନ କେନ୍ଦ୍ରରେ ଭୋଟ୍ ଦେଇ ଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ କହିଛନ୍ତି, ଦରବୃଦ୍ଧି, ରୋଜଗାର ଓ ସମ୍ବିଧାନ ବଡ଼ ପ୍ରସଙ୍ଗ।
ରେହାନ କହିଛନ୍ତି, ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ୍ ଦେଇଛି। ଗତଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଥିଲି। ଗଣତନ୍ତ୍ରର ଏହି ମହାପର୍ବରେ ଲୋକେ ଯୋଡ଼ି ହୁଅନ୍ତୁ। ବିକାଶ ଓ ବେରୋଜଗାର ପ୍ରସଙ୍ଗରେ ସେ କହିଛନ୍ତି, ମୋ ପାଇଁ ସମ୍ବିଧାନ ଏକ ବଡ଼ ପ୍ରସଙ୍ଗ। ସେହିପରି ରେହାନଙ୍କ ଭଉଣୀ ମିରାୟା ଭଦ୍ରା କହିଛନ୍ତି, ମୁଁ ମତଦାନ କରିବାକୁ ଆସିଛି। ପ୍ରତ୍ୟେକ ଲୋକଙ୍କୁ ମତଦାନ କରିବାର ଆବଶ୍ୟକତା ଅଛି।