ନୂଆଦିଲ୍ଲୀ: ୟମନ୍ର ସୁପ୍ରିମକୋର୍ଟ ଜଣେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟ ଜଣେ ନାଗରିକ ତଲାଲ ଅବ୍ଦୋ ମହଦୀଙ୍କ ହତ୍ୟା ମାମଲାରେ ଏହି ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ମୃତ୍ୟୁଦଣ୍ଡ ମାମଲା ବର୍ତ୍ତମାନ ୟମନଙ୍କ ରାଷ୍ଟ୍ରପତିଙ୍କ ପାଖରେ ଅଛି। ମାତ୍ର ଦୟା ଆବେଦନରେ ଏପର୍ଯ୍ୟନ୍ତ ରାଷ୍ଟ୍ରପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। କେନ୍ଦ୍ର ସରକାର ଶୁକ୍ରବାର ଲୋକସଭାରେ ଏହି ସୂଚନା ଦଇେଛନ୍ତି। କିଛି ଦିନ ପୂର୍ବରୁ ଏହି ମାମଲା ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା।
ସରକାର ଶୁକ୍ରବାର ଲୋକସଭାରେ ଏହି ସୂଚନା ଦିଆଯାଇଛି ଯେ, ୟମନର ଉଚ୍ଚତମ ନ୍ୟାୟାଳୟ ଭାରତୀୟ ନର୍ସଙ୍କୁ ୟବନର ଜଣେ ନାଗରିକଙ୍କ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ଏବେ ଦେଶର ରାଷ୍ଟ୍ରପତିଙ୍କ ପାଖରେ ରହିଛି। ଦୟା ଆବେଦନ ଉପରେ ଏପର୍ଯ୍ୟନ୍ତ ୟମନର ରାଷ୍ଟ୍ରପତିଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଭାରତ ସରକାର ଏହି ମାମଲାକୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ନେଇ ଉଦ୍ୟମ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଉଦ୍ୟମ ଯେ, ମହିଳାଙ୍କ ପର୍ଯ୍ୟନ୍ତ କୁଟନୈତିକ ପହଞ୍ଚାଯିବ। ଭାରତୀୟ ନର୍ସଙ୍କୁ ଓକିଲ ଦିଆଯିବ।
ସୂଚନାଯୋଗ୍ୟ, ନିମିଷା ପ୍ରିୟା ହେଉଛନ୍ତି କେରଳ ମୂଳ ନିବାସୀ। ସେ ୧୯ ବର୍ଷ ବୟସରେ ୨୦୦୮ ମସିହାରେ ଚାକିରି ସନ୍ଧାନରେ ୟମନ ଯାଇଥିଲେ। ସେଠାରେ ସେ ସରକାରଙ୍କ ଦ୍ବାରା ପରିଚାଳିତ ଡାକ୍ତରଖାନାରେ ନର୍ସ ଥିଲେ। ତେବେ ତାଙ୍କୁ ଯେତେବେଳେ ୩୪ ବର୍ଷ ବୟସ ହୋଇଥିଲା, ସେ ଏକ ହତ୍ୟା ଘଟଣା ସହିତ ଜଡ଼ିତ ହୋଇ ଏବେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି।