ନୂଆଦିଲ୍ଲୀ: ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୁକ୍ରବାର କହିଛନ୍ତି, କ୍ଷମତାସୀନ ମେଣ୍ଟ (ମହାୟୁତି) ନିଜର ବିକାଶ କାମ ଓ ଜନମଙ୍ଗଳ ଯୋଜନା କାରଣରରୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବେ।
ଶିନ୍ଦେ ଶିବସେନା-ଉଦ୍ଧବ ବାଲାସାହେବ ଠାକରେଙ୍କ ଥାଣେର ଅନେକ କର୍ମକର୍ତ୍ତାଙ୍କୁ ନିଜ ପାର୍ଟିରେ ସାମିଲ କରିବା ପରେ ସାମ୍ବାଦିକ ସମ୍ମିଳନୀର କହିଛନ୍ତି, ଗତ ୨ ବର୍ଷରେ ଶିବସେନା, ବିଜେପି ଓ ଅଜିତ ପାୱାରଙ୍କ ନେତୃତ୍ବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ନେତୃତ୍ବରେ ପରିଚାଳିତ ମେଣ୍ଟ ବିକାଶ କାମ ଓ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ବୟନର ଗତି ତୀବ୍ର କରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତା ମୋର ସରକାରକୁ ସମର୍ଥନ କରିବେ। ଏହାର କାରଣ ହେଲା ମହାବିକାଶ ଅଘାଡ଼ି (ଏମଭିଏ) ଓ ମହାୟୁତି ସରକାରର ପ୍ରଦର୍ଶନର ଆକଳନ କରିବେ। ଲୋକେ ସେହି ଲୋକଙ୍କୁ ଭୋଟ ଦିଅନ୍ତି, ଯେଉଁମାନେ କାମ କରନ୍ତି। ଲୋକକଲ୍ୟାଣ କାମ ପାଇଁ ସରକାର କାମ କରିଛନ୍ତି। ଏଥି ପାଇଁ ଭଲ ବଜେଟ୍ ବ୍ୟବସ୍ଥା ମଧ୍ୟ କରିଛନ୍ତି।
ବିତ୍ତୀୟ ବୋଝର ଆଲୋଚନା କରୁଥିବା ଲୋକେ ଏହି ଭଳି କାମକୁ ହଜମ କରିପାରୁ ନାହାନ୍ତି ଏବଂ ନିର୍ବାଚନରେ ହାରିବା ଭୟ ହୋଇଯାଇଛି। ମୁଁ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ, ସେମାନେ ଏହି ଯୋଜନାକୁ ବିରୋଧ କରୁଥିବା ସାବତ ଭାଇମାନଙ୍କ ଠାରୁ ଦୂରରେ ରୁହନ୍ତୁ। ସରକାରଙ୍କ ଯୋଜନା ବିରୋଧୀଙ୍କୁ କଡ଼ା ଜବାବ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ବିଶ୍ବାସ ଯେ, ଲୋକେ ଆମ ଉପରେ ଭରସା କରିବେ। କାରଣ ଆମ ସରକାର ଲୋକଙ୍କ ପାଇଁ କାମ କରିଛି। ଆମେ ବିକାଶ ରାସ୍ତାରେ ଏମଭିଏ ଦ୍ବାରା ଲାଗୁ ହୋଇଥିବା ସମସ୍ତ ଗତିରୋଧକକୁ ହଟାଇଛୁ। ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇପାରେ।