ଜାମସେଦପୁର: ପଶ୍ଚିମବଙ୍ଗର ହାୱଡ଼ାରେ ସିକନ୍ଦରାବାଦ ଶାଲିମାର ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହୋଇଛି। ଖୁସିର ବିଷୟ ଯେ, ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମୁଦାୟ ୩ଟି ବଗି ଲାଇନଚ୍ୟୁତ ହୋଇଛି। ସେଥିମଧ୍ୟରୁ ଗୋଟିଏ ପାର୍ସଲ ଭ୍ୟାନ୍ ଥିଲା। ଘଟଣାସ୍ଥଳରେ ରେଳବାଇ ପ୍ରଶାସନିକ କର୍ମଚାରୀ ପହଞ୍ଚିଛନ୍ତି।
ସକାଳ ୫ଟା ୪୦ରୁ ହାଓଡ଼ା-ମୁମ୍ବାଇ ରେଳ ପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସିକନ୍ଦରାବାଦ-ଶାଲିମାର (୨୨୮୫୦) ସାପ୍ତାହିକ ଏକ୍ସପ୍ରେସର ୩ଟି ବଗି ଖଡ଼ଗପୁର ଡିଭିଜନର ନଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଫଳରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଦୁର୍ଘଟଣା ଯୋଗୁଁ ସେକ୍ସନର ୪ଟି ଲାଇନ ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଭାବେ ଯାତାୟତ ପାଇଁ ବନ୍ଦ ରହିଛି। ଏହି କାରଣରୁ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ୍ ଅଟକି ରହିଛି। ଏହି ଦୁର୍ଘଟଣାରେ କେତେ ଯାତ୍ରୀ ଆହତ ହୋଇଛନ୍ତି କିମ୍ବା ରେଳବାଇର କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିଲେ ମଧ୍ୟ ଦୁର୍ଘଟଣା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ଘଟଣା ଜଣାପଡ଼ିବା ପରେ ଟାଟାନଗରରୁ ହାୱଡ଼ା ଅଭିମୁଖେ ଯାଉଥିବା ଷ୍ଟିଲ ଏକ୍ସପ୍ରେସକୁ ଟାଟାନଗର ରେଳ ଷ୍ଟେସନରେ ଅଟକାଇ ଦିଆଯାଇଛି। ଏହି ଟ୍ରେନ୍ ଟାଟାନଗରରୁ ସକାଳ ୬ଟା ୧୫ରେ ବାହାରିଥିଲେ ମଧ୍ୟ ଟାଟାନଗର ଷ୍ଟେସନରେ ଛିଡ଼ା ହୋଇଛି।
ଏହି ଟ୍ରେନଗୁଡ଼ିକୁ ଅଟକାଇ ଦିଆଯାଇଛି
୧୨୯୦୫ ପୋରବନ୍ଦର-ଶାଲିମାର ସୁପରଫାଷ୍ଟ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଏବେ ଅସନବାଣୀ, ଟାଟା, ଚାନ୍ଦିଲ ଦେଇ ଚାଲିବ।
୧୨୮୧୪-୧୨୮୧୩ ଷ୍ଟିଲ ଏକ୍ସପ୍ରେସ ଖଡ଼ଗପୁର ଡିଭିଜନରେ ସର୍ଟ ଟର୍ମିନେଟ୍ ହେବ।
୧୨୮୦୯ ମୁମ୍ବାଇ ସିଏସ୍ଟିଏମ୍ ହାୱଡ଼ା ମେଲ୍ ଟାଟାନଗର ରେଳ ଷ୍ଟେସନରେ ସନ୍ଧ୍ୟା ୦୬.୦୮ରେ ଅଟକିଥିଲା। ଏହି ଟ୍ରେନ୍ ଟାଟାନଗରରୁ ଚାନ୍ଦିଲ ଦେଇ ହାୱଡ଼ା ଯିବ।
୧୮୦୨୯ ଲୋକମାନ୍ୟ ତିଲକ ଶାଲିମାର ଏକ୍ସପ୍ରେସ ଚକ୍ରଧରପୁର ଡିଭିଜନରେ ଛିଡ଼ା ହୋଇଛି। ଏହି ଟ୍ରେନ୍ ଚକ୍ରଧରପୁରରୁ ଚାନ୍ଦିଲ, ଆସାନସୋଲ ଦେଇ ହାୱଡ଼ା ଯିବ।
୧୨୮୫୯ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ-ହାୱଡ଼ା ଗୀତାଞ୍ଜଳି ଏକ୍ସପ୍ରେସକୁ ରାଉରକେଲା ଷ୍ଟେସନରେ ସନ୍ଧ୍ୟା ୬ଟା ୫୬ରେ ଅଟକାଇ ଦିଆଯାଇଛି। ଏହି ଟ୍ରେନ୍ ରାଉରକେଲା, ନୂଆଗାଁ ହଟିଆ, କୋଟଶିଳା, ବୋକାରୋ ଷ୍ଟିଲ ସିଟି, ରାଜବେରା ଦେଇ ହାୱଡ଼ା ଯିବ।
୧୨୮୩୩ ଅହମ୍ମଦାବାଦ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ବଡ଼ ବାମ୍ବୋ ଷ୍ଟେସନରେ ଅଟକିଛି।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଚଢ଼ାଉ