ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳର ନେତା ଆଲେକ୍ସୀ ନାଭାଲ୍ନିଙ୍କ ଶନିବାର ମୃତ୍ୟୁ ହୋଇଛି । ଆଲେକ୍ସୀ ନାଭାଲ୍ନିଙ୍କ ମୃତ୍ୟୁ ପରଠାରୁ ରୁଷର ୩୨ ଟି ସହରରେ ୪୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର ୨୦୨୨ ପରଠାରୁ ରୁଷର ରାଜନୈତିକ ଦୃଷ୍ଟିକୋଣରୁ ଏହା ସବୁଠାରୁ ବଡ ଘଟଣା, ଯେଉଁଠି ୧୩୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।
ଆଲେକ୍ସୀ ନାଭାଲ୍ନିଙ୍କ ମାଆଙ୍କୁ ଶନିବାର ଦିନ କୁହାଯାଇଥିଲା ଯେ ନାଭାଲ୍ନି 'ଆକସ୍ମିକ ମୃତ୍ୟୁ ସିଣ୍ଡ୍ରୋମ'ରେ ମୃତ୍ୟୁ ବରଣ କରିଛନ୍ତି ଏବଂ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ମୃତଦେହ ପରିବାରକୁ ଦିଆଯିବ ନାହିଁ। ଶବକୁ କେଉଁଠାରେ ରଖାଯାଇଛି ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଏଥି ସହ ନାଭାଲ୍ନିଙ୍କ ସମର୍ଥକମାନେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ନିର୍ବାଚନର ଏକ ମାସ ହୋଇନଥିଲେ ମଧ୍ୟ ନାଭାଲ୍ନିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।
ଏହି ଖବରକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଏହି ପରିପ୍ରେକ୍ଷୀରେ ୩୪୦ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଶନିବାର ଅଧିକାଂଶ ଗିରଫ ସେଣ୍ଟ ପିଟର୍ସବର୍ଗ ଏବଂ ମସ୍କୋରେ ହୋଇଥିଲା। ନାଭାଲ୍ନିଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ପତ୍ନୀ ୟୁଲିଆ ଜର୍ମାନୀରେ ଏକ ସୁରକ୍ଷା ସମ୍ମିଳନୀରେ ହାଜର ହୋଇଥିଲେ ଯେଉଁଠାରେ ବିଶ୍ୱର ଅନେକ ନେତା ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ : ଦେଶରୁ ଉଦ୍ଭିଦ ପ୍ରଜାତି ଚୋରି ଅଭିଯୋଗରେ ବିଦେଶୀଙ୍କୁ ଦେଶରୁ ବିତାଡିତ କଲା ଚିନ