ଚୀନ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ଯେ ଚିନ ଜଣେ ବିଦେଶୀଙ୍କୁ ଦେଶରୁ ବିତାଡିତ କରିଛି। ଜଣେ ବିଦେଶୀ ନାଗରିକ ଚିନରୁ ସଂରକ୍ଷିତ ଉଦ୍ଭିଦ ପ୍ରଜାତି ଚୋରି କରିବା ଏବଂ ପ୍ରାୟ ୨୦୦୦ ଥର ବେଆଇନ ଭାବେ ବିଦେଶ ପଠାଇବା ଅଭିଯୋଗରେ ବେଜିଂ ଏହି ପଦକ୍ଷେପ ନେଇଛି। ଚିନ ଚେତାବନୀ ମଧ୍ୟ ଦେଇଛି ଯେ ବାହ୍ୟ ଶକ୍ତି ଦେଶର ପରିବେଶ ସୁରକ୍ଷାକୁ ଉଲ୍ଲଂଘନ କରିଛନ୍ତି । ଦେଶର ବୈଦେଶିକ ସୁରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ବିଦେଶୀମାନେ ବେଆଇନ ଭାବେ ମାଟି ଖୋଳି ଚୀନର ପ୍ରମୁଖ ସଂରକ୍ଷିତ ଉଦ୍ଭିଦ ପ୍ରଜାତି ସଂଗ୍ରହ କରିଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏକ ବିଦେଶୀ ସଂଗଠନ ଜଣେ ବିଦେଶୀଙ୍କୁ ହଜାର ହଜାର ଉଦ୍ଭିଦ ପ୍ରଜାତିର ନମୁନା ଏବଂ ବିହନ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ ବିଦେଶୀଙ୍କ ନାଁ କିମ୍ବା ଜାତୀୟତା ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ଚୋରି ହୋଇଥିବା ପ୍ଲାଣ୍ଟଗୁଡିକର ନାମ ମଧ୍ୟ ପ୍ରକାଶ କରାଯାଇ ନାହିଁ।
ଅଧିକ ପଢନ୍ତୁ : ପାଲେଷ୍ଟାଇନକୁ ସମର୍ଥନ କରି ଲଣ୍ଡନରେ ପଦଯାତ୍ରା, ୧୨ ଜଣଙ୍କୁ ଗିରଫ କଲା ପୋଲିସ