ଭୂମିକମ୍ପରେ ଥରିଲା ନ୍ୟୁ କାଲେଡୋନିଆର ଲୟାଲଟୀ ଦ୍ୱୀପପୁଞ୍ଜ : ସୁନାମି ଆଲର୍ଟ ଜାରି
Khabar Odisha:earthquake-of-77-in-loyalotee-island
ଖବର ଓଡିଶା : 19/05/2023:

ବଡ଼ଧରଣର ଭୂମ୍ପର୍କରେ ଥରିଲା ନ୍ୟୁ କାଲେଡୋନିଆର ଲୟାଲଟୀ ଦ୍ୱୀପପୁଞ୍ଜର ଦକ୍ଷିଣପୂର୍ବ ପ୍ରାନ୍ତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ପରେ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ଆମେରିକା ଜେଓଲୋଜିକାଲ ସର୍ଭେ ମୁତାବକ  ଭୂକମ୍ପର ଗଭୀରତା ୧୦ କିମି ରହିଥିଲେ। ତେଣୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି। ଭୂକମ୍ପ ଝଟକା ପରେ ଦ୍ୱୀପପୁଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକମାନେ ଭୟରେ ଖୋଲା ସ୍ଥାନରେ ଆଶ୍ରୟ ନେଇଛିନ୍ତି। ତୀବ୍ରତା ୭.୭ ଥିବାରୁ ପ୍ରଶାସନ ପକ୍ଷରୁ ସନ୍ୟୁ କାଲେଡୋନିଆ, ଫିଜି ଓ ଭାନୁଆତୁକୁ ସୁନାମୀ ସତର୍କ ସୂଚନା ଦିଆଯାଇଛି। ଏଠାରେ ସମୁଦ୍ର ଅଶାନ୍ତ ରହିଛି ଓ ବଡ଼ ବଡ଼ ଜୁଆର ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ତେବେ ଭୂକମ୍ପର କ୍ଷୟକ୍ଷତି ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ମିଳିନି। 

Subscribe

National International State Sports Entertainment