ଉତ୍ତର କୋରିଆ ର ଏକଛତ୍ରଵାଦୀ ଶାସକ କିମ୍ ଜଙ୍ଗ ଉନ୍ ଙ୍କୁ ନେଇ ପୁଣି ଚର୍ଚ୍ଚା । ସବୁବେଳେ କଠୋର ଆଇନ ଲାଗୁକରୁଥିବା ବେଳେ ଏଥର କିନ୍ତୁ ସବୁ ସୀମା ଟପି ଯାଇଛନ୍ତି କିମ୍ ଜଙ୍ଗ ଉନ୍ ନିଜ ଦେଶର ଦୁଇଜଣ ହାଇସ୍କୁଲ ଛାତ୍ର ଙ୍କୁ ହତ୍ୟା କରିଛନ୍ତି | ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କାରଣ ଛାତ୍ର ଦୁଇଜଣଙ୍କ ଭୁଲ ଥିଲା ଯେ ସେମାନେ ଦକ୍ଷିଣ କୋରିଆନ ଓ ଆମେରିକୀୟ ସିନେମା ଦେଖିଥିଲେ ଯାହା ପାଇଁ ତାଙ୍କୁ ଏହି ଦଣ୍ଡବିଧାନ କରିଛନ୍ତି ଏହି ନୃଶଂସ ଶାସକ |
ସୂଚନା ଅନୁଯାୟୀ ଛାତ୍ର ଦୁଇଜଣ ଦକ୍ଷିଣ କୋରିଆର ନାଟକ ଦେଖିବା ଓ ଏହାକୁ ବିତରଣ କରିବା ନେଇ ଅଭିଯୋଗ ହୋଇଥିଲା । ଉତ୍ତର କୋରିଆର ଗଣମାଧ୍ୟମ ଖବର ମୁତାବକ 16 ଓ 17 ବର୍ଷର ଦୁଇଜଣ ହାଇସ୍କୁଲ ଛାତ୍ର ଉତ୍ତରକୋରିଆର ରୟାଂଗାଙ୍ଗରେ ଭେଟ ହୋଇଥିଲେ । ଏହାପରେ ଉଭୟ ଅନେକଗୁଡିଏ ଦକ୍ଷିଣ କୋରିଆନ ଓ ଆମେରିକୀୟ ଡ୍ରାମା ଦେଖିଥିଲେ । ଏହାପରେ ଦେଖିବାକୁ ମିଳିଥିଲା ଏହି ଦୁଇଛାତ୍ରଙ୍କୁ ଉତ୍ତରକୋରିଆର ଏକ ବିମାନବନ୍ଦର ନିକଟରେ ହତ୍ୟା କରି ଟାଙ୍ଗି ଦିଆଯାଇଛି । କେବଳ ସେତିକି ନୁହେଁ ଗତବର୍ଷ ଉତ୍ତରକୋରିଆରେ ଶାସକ କିମ୍ ଜଙ୍ଗ ଉନ୍ ପିତା କିମ୍ ଜଙ୍ଗଙ୍କର ଶ୍ରାଦ୍ଧବାର୍ଷିକ ପାଳନ କରାଯାଉଥିଲା ଏହି ଅବସରରେ କିମ୍ ଜଙ୍ଗ ଉନ୍ ଘୋଷଣା କରିଥିଲେ କି ଏହି 11 ଦିନ ମଧ୍ୟରେ ଦେଶରେ କେହି ଜନତା ହସିପାରିବେ ନାହିଁ, କିଛି କିଣାକିଣି କରିପାରିବେ ନାହିଁ କି ମଦ୍ୟପାନ କରିପାରିବେ ନାହିଁ । ଏବେ ପୁଣି କିମ୍ ଜଙ୍ଗ ଉନ୍ ନିଜର ମନମୁଖୀ ଶାସନ ର ଆଉ ଏକ ଉଦାହରଣ ଦେଇଛନ୍ତି | ଏନେଇ କିମ୍ ଜଙ୍ଗ ଉନ୍ କହିଛନ୍ତି ଏହି ଛାତ୍ର 2 ଜଣ ଭୟଙ୍କର ଅପରାଧ କରିଛନ୍ତି ଅନ୍ୟମାନେ ଭବିଷ୍ୟତ ରେ କେବେ ଏଭଳି ଭୁଲ କରିବାକୁ ସାହାସ କରିପାରିବେ ନାହିଁ ତେଣୁ ସ୍ଥାନୀୟ ଲୋକଙ୍କ ସାମ୍ନାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି |