ଆଜି ହେଉଛି "ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ" । ପ୍ରତିବର୍ଷ ସେପ୍ଟେମ୍ବର ୨୬କୁ "ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ" ଭାବେ ପାଳନ କରାଯାଏ । ୨୦୧୧ ମସିହାରେ ଅନ୍ତର୍ଜାତୀୟ ପରିବେଶ ସ୍ୱାସ୍ଥ୍ୟ ଫେଡେରେସନ୍ ଏହି ଦିନକୁ ପାଳନ କରିବା ପାଇଁ ଘୋଷଣା କରିଥିଲା । ପରିବେଶ କହିଲେ ଆମେ ଚାରିପାଖରେ ଥିବା ସମସ୍ତ ଜୀବ ଓ ନିର୍ଜୀବ ବସ୍ତୁକୁ ବୁଝାଇଥାଏ । ମାନବ ସମାଜ ସହିତ ସମସ୍ତ ଜୀବଜଗତ ସୁସ୍ଥର ବସବାସ କରିବା ପାଇଁ ହେଲେ ଏକ ସୁସ୍ଥ ପରିବେଶର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଆଜିର ଦିନରେ ସୁସ୍ଥ ପରିବେଶର ଗୁରୁତ୍ୱ ଓ ମହତ୍ତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା । ମାନବ ସମାଜ ବଞ୍ଚିବା ପାଇଁ ହେଲେ ପରିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିବେଶ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ ।
ଦିନକୁ ଦିନ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଆମେ ଆମ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହିତ ଏକ ସ୍ୱାସ୍ଥ୍ୟ ପରିବେଶ ଗଠନ କରିବା । ଆମ ପରିବେଶକୁ ସୁସ୍ଥ ଓ ନିର୍ମଳ ରଖିବା ଆମର ପ୍ରଧାନ କର୍ତ୍ତବ୍ୟ । ପରିବେଶ ପ୍ରଦୂଷଣ ହେବା ଦ୍ୱାରା ଆମର ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ଏହି ଦିନରେ ଅନ୍ତର୍ଜାତୀୟ ପରିବେଶ ସ୍ୱାସ୍ଥ୍ୟ ଫେଡେରେସନ୍ ଓ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ପରିବେଶ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ଚଳିତ ବର୍ଷର ଆଲୋଚନାର ବିଷୟବସ୍ତୁ ହେଉଛି , ‘ବିଶ୍ୱସ୍ତରୀୟ ପାରିପାର୍ଶ୍ବିକ ଜନ ସ୍ୱାସ୍ଥ୍ୟ: ପ୍ରତିନିଦ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଦଣ୍ଡାୟମାନ ହେବା’ ।
ଆଗକୁ ପଢ଼ନ୍ତୁ : ଆମେରିକାର ନ୍ୟୁ ଜର୍ସି ଠାରେ ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର ନିର୍ମାଣ