ଗୁରୁବାର ଦିନ ପାକିସ୍ତାନ ସାଧାରଣ ନିର୍ବାଚନ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବାକୁ ଥିବା ବେଳେ ବ୍ୟାପକ ହିଂସା ଘଟଣା ମଧ୍ୟରେ ପାକିସ୍ତାନରେ ଚାଲିଛି ଭୋଟ୍ ଗ୍ରହଣ । ତେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ମତଦାନ କରି ଆଗାମୀ ୫ ବର୍ଷ ପାଇଁ ମନ ପସନ୍ଦର ନେତାଙ୍କୁ ବାଛିବେ ଜନତା । ନିର୍ବାଚନୀ ମଇଦାନରେ ୪୪ ଦଳର ୫୧୨୧ ପ୍ରାର୍ଥୀ ରହିଥିବା ବେଳେ ୨୬୬ ଆସନ ପାଇଁ ମତଦାନ ହେଉଛି। ସେଥିମଧ୍ୟରୁ ୬୦ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୦ ଜଣ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି । ଦେଶର ୨୪୧ ମଲିୟନ ଜନସଂଖ୍ୟା ମଧ୍ୟରୁ ୧୨୮ ମିଲିୟନ ଭୋଟର ଆଜି ମତଦାନ କରିଛନ୍ତି ।
ତେବେ ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଗୁରୁବାର ଅପରାହ୍ନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇ ୫ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ମୋବାଇଲ ଭ୍ୟାନକୁ ଟାର୍ଗେଟ କରି ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ ଏବଂ ପରେ ଆଖିବୁଜା ଗୁଳି ଚଳାଇଥିଲେ। ଏହା ଫଳରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା ।
୩୦ ମିନିଟ ଧରି ଏହି ଗୁଳିକାଣ୍ଡ ଚାଲିଥିଲା।
ଅଧିକ ପଢନ୍ତୁ: ଇତିହାସ ରଚିଲା ଉତ୍ତରାଖଣ୍ଡ: UCC ବିଲ୍ ପାରିତ