ତାଇୱାନ୍: ଭୂକମ୍ପର ଝଟକା ପୁଣି ଥରେ ପୃଥିବୀକୁ ଦୋହଲାଇଛି । ଆଜି ୨୧ ତାରିଖ ସକାଳୁ (ଭାରତୀୟ ସମୟ ଅନୁସାରେ ରାତ୍ରି ପ୍ରାୟ ସାଢେ ୧ଟା ବେଳେ) ତାଇୱାନାରେ ହୋଇଛି ଭୟଙ୍କର ଭୂକମ୍ପ । ତାଇୱାନର ଦକ୍ଷିଣ ଅଞ୍ଚଳରେ ବଡ ଧରଣର ଭୂକମ୍ପ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା । ଭୁକମ୍ପର ବେଳେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରୁଛନ୍ତି ଉଦ୍ଧାରକାରୀ ଦଳ ।
ସକାଳୁ ସକାଳୁ ଭୁକମ୍ପରେ ଥରିଥିଲା ତାଇୱାନା । ତାଇୱାନର ୟୁଜିଙ୍ଗ ସହରଠାରୁ ୧୨ କିଲୋମିଟର ଉତ୍ତରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଏଥିରେ ୨୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ତେବେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ ଯୋଗୁଁ ଝୁୱେଇ ସେତୁ କ୍ଷତିଗ୍ରସ୍ତ ହୋଇଛି।
ତେବେ ମିଣ୍ଟର ରିପୋର୍ଟ ମୁତାବିକ, ତାଇୱାନାରେ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି । ଭୂକମ୍ପ ସମୟରେ ରାଜଧାନୀ ତାଇପେରେ ବଡ଼ ବଡ଼ କୋଠା ଦୋହଲିଥିଲା । କେତେକ ଘର ଭାଙ୍ଗି ଭୁଷୁଡି ପଡିଛି । ମାଟି ତଳେ ଭଗ୍ନାବଶେଷ ଭିତରେ ଅନେକ ଲୋକେ ଚାପି ହୋଇଛନ୍ତି । ଭୁକମ୍ପ ବେଳେ ଦୋକାନ ଓ ସୋ ରୁମ ଜିନିଷ ଛିନ୍ନ ଛତ୍ର ତଳେ ତଳେ ପଡି ଭାଙ୍ଗିଯାଇଛି । କୋଟି କୋଟି ଟଙ୍କା କ୍ଷତିକ୍ଷତି ହେବା ନେଇ ଆଶଙ୍କା କରାଯାଉଛି ।