ସାଓମି ଫୋନ ଧରୁଛନ୍ତି କି, ଚାଇନା କମ୍ପାନୀର ହୋଇଥିବାରୁ ଏହି ଦେଶରେ ହେଲା ବ୍ଲାକ ଲିଷ୍ଟେଡ
Khabar Odisha:Saomi-is-holding-the-phone-which-is-blacklisted-in-the-country-because-it-belongs-to-a-Chinese-company
ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା):

ଚୀନ ସେନା ସହ କିଛି ଚାଇନିଜ୍ ମୋବାଇଲ ଜଡିତ ରହିଥିବାରୁ ଆମେରିକାର ପ୍ରତିରକ୍ଷା ବିଭାଗ ସେସବୁକୁ ବ୍ଲାକ ଲିଷ୍ଟେଡ କରାଯାଇଛି। ଚୀନ୍ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍ ନିର୍ମାତା କମ୍ପାନୀ ସାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

ଜୁନ୍ ୨୦୨୦ରେ ପ୍ରତିରକ୍ଷା ବିଭାଗ ଆମେରିକା କଂଗ୍ରେସକୁ ଏହି କମ୍ପାନୀଗୁଡ଼ିକର ତାଲିକା ପ୍ରସ୍ତୁତ କରି ତାହାକୁ ପ୍ରଦାନ କରିଥିଲେ । ଏହି ସମସ୍ତ କମ୍ପାନୀ ଚୀନ୍ ସେନା ସହ ସାମିଲ ରହିଛନ୍ତି ତେଣୁ ତଥ୍ୟ ସୁରକ୍ଷା ଦୃଷ୍ଟିରୁ ସେସବୁକୁ ବ୍ଲାକ ଲିଷ୍ଟେଡ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନର ୪୦ଟି କମ୍ପାନୀକୁ ଆମେରିକା ବ୍ଲାକ୍ ଲିଷ୍ଟ୍ ହୋଇଥିବା ଜଣାପଡ଼ିଛି।

ପୂର୍ବବର୍ଷ ନଭେମ୍ୱର ମାସରେ ରାଷ୍ଟ୍ରପତି ଟ୍ରମ୍ପ୍ ଏକ କାର୍ଯ୍ୟକାରୀ ଆଦେଶ ଦେଇଥିଲେ । ଯେଉଁଥିରେ ଆମେରିକାବାସୀ କଳା ତାଲିକାଭୁକ୍ତ ଫାର୍ମ ଗୁଡ଼ିକରେ ଆଉ ନିବେଶ କରିପାରିବେ ନାହିଁ । ସରକାରୀ ନିର୍ଦ୍ଦେଶ ଅନୁସାରେ, ୧୧ ନଭେମ୍ୱର ୨୦୨୧ ଭିତରେ ଏହି କମ୍ପାନୀଗୁଡ଼ିକର ସେୟାର କିଣିଥିବା ଆମେରିକୀୟ ନାଗରିକ ସେମାନଙ୍କ ସେୟାରକୁ ବିକ୍ରି କରିବା ବାଧ୍ୟତାମୂଳକ ଅଟେ ।

ତେବେ ସାଓମି ବ୍ୟତୀତ ଅନ୍ୟ ଯେଉଁ ଫାର୍ମ ଗୁଡ଼ିକୁ ବ୍ଲାକକ୍ଲିଷ୍ଟ କରାଗଲା ସେମାନଙ୍କ ମଧ୍ୟରେ ଆଡଭାନ୍ସଡ୍ ମାଇକ୍ରୋ ଫେବ୍ରିକେସନ ଇକ୍ୟୁପମେଣ୍ଟ, ଲୁୟୋକଙ୍ଗ ଟେକ୍ନୋଲୋଜି କର୍ପୋରେସନ୍, ବେଜିଂ ଜୋଙ୍ଗଗୁଙ୍ଗ ଟେକ୍ନୋଲୋଜି, ଗୋଓ୍ୱିନ୍ ସେମିକଣ୍ଡକ୍ଟର କର୍ପ, ଗ୍ରାଣ୍ଡ ଚାଇନା କମ୍ପାନୀ, ଗ୍ଲୋବାଲ ଟୋନ କମ୍ୟୁନିକେସନ୍ ଟେକ୍ନୋଲୋଜି, ଚାଇନା ନ୍ୟାସନାଲ ଆଭିଏସନ ହୋଲଡିଂ କମ୍ପାନୀ ଲିମିଟେଡ୍ ଏବଂ ଚାଇନା ବାଣିଜ୍ୟିକ ବିମାନ ନିଗମ ସାମିଲ୍ ରହିଛି ।

  • Tags:

Subscribe

National International State Sports Entertainment