ବେଜିଂ, ଜାନୁଆରୀ ୦୨ (ଖବର ଓଡ଼ିଶା): ଚୀନରେ ଏକ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ପ୍ରେମିକ ଜଣକ ନିଜର ପ୍ରେମିକାର ସର୍ତ୍ତରେ ନିଜର ପ୍ରଥମ ପତ୍ନୀଙ୍କ ୨ ସନ୍ତାନକୁ ୧୫ ମହଲାରୁ ତଳକୁ ଫିଙ୍ଗି ଦେଇ ହତ୍ୟା କରିଥିଲା। ଚୀନର ଏହି ପୁରୁଷ ଏଭଳି କାଣ୍ଡ କରିବାର କାରଣ ହେଲା, ତା’ର ପ୍ରେମିକା ଅନ୍ୟ ମହିଳାର ଶିଶୁଙ୍କୁ ପାଳନ କରିବାକୁ ଚାହୁଁ ନଥିଲା।
ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ ଗତବର୍ଷ ନଭେମ୍ବର ୨ରେ ଚୀନର ଚୋଗକିଙ୍ଗ ନଗରପାଳିକାରେ ଟାୱାର ବ୍ଲକରେ ୨ ଜଣ ଶିଶୁ ଖସିପଡ଼ିଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ୨ ବର୍ଷର ଶିଶୁ ଝାଙ୍ଗ ରୁଇଶୁ ଓ ଝାଙ୍ଗ୍ ୟାଙ୍ଗରୁଇ ଭାବେ ଚିହ୍ନଟ ହୋଇଥିଲେ। କୋଠାରୁ ପଡ଼ିବା ପରେ ସେମାନେ ବହୁତ କମ ସମୟ ମଧ୍ୟରେ ପ୍ରାଣ ହାରିଥିଲେ।
ପୋଲିସ କହିଛି ଯେ, ଝାଙ୍ଗ ବୋ ନିଜର ପତ୍ନୀକୁ ତଲାକ ଦେଇଥିଲା ଏବଂ ସେ ନିଜର ପ୍ରେମିକା ୟେ ଚେଙ୍ଗଶେନଙ୍କୁ ବିବାହ କରିବାକୁ ଚାହୁଁଥିଲା। କିନ୍ତୁ ତାର ପ୍ରେମିକା ୨ ଶିଶୁଙ୍କୁ ପାଖରେ ରଖିବାକୁ ସ୍ବୀକାର କରୁ ନଥିଲା। ସେ ବହୁ ଦିନରୁ ଶିଶୁ ମାନଙ୍କ ଠାରୁ ଅଲଗା ହେବା ପାଇଁ ମଧ୍ୟ କହୁଥିଲା। ସେ ଝାଙ୍ଗ୍ ବୋ’ଙ୍କୁ କହୁଥିଲା ଯେ, ସେ ଯେତେଦିନ ପର୍ଯ୍ୟନ୍ତ ୨ ଶିଶୁଙ୍କ ଠାରୁ ଅଲଗା ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ।
ଝାଙ୍ଗ ବୋ’ର ପୂର୍ବତନ ପତ୍ନୀ କହିଛନ୍ତି ଯେ, ଜଣେ ବିବାହିତ ମଣିଷ ୨ଟି ସନ୍ତାନ ଥାଇ ବି ପ୍ରେମିକା କରିଥିଲା। ଫଳରେ ସେ ତଲାକ ଦେଇଥିଲା।