ପାକିସ୍ତାନରେ ପ୍ରକୃତି ତାର ତାଣ୍ଡବ ରଚୁଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ପାକିସ୍ତାନରେ ଉପୁଜିଛି ବନ୍ୟା ପରିସ୍ଥିତି । ବନ୍ୟା ପାଇଁ ଲୋକଙ୍କ ଜୀବନ ବଞ୍ଚିବା କଷ୍ଟକର ହୋଇପଡୁଛି । ବନ୍ୟା ପାଇଁ ୪୯ ଜଣଙ୍କର ଜୀବନ ମଧ୍ୟ ଚାଲିଯାଇଛି ବୋଲି ସୂଚନା ମିଳିଛି । ପାକିସ୍ତାନରେ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହିତ ଘରେ ମଧ୍ୟ ବନ୍ୟା ପାଣି ପଶିଯାଇଛି । ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପାକିସ୍ତାନରେ ସାରା ଅଞ୍ଚଳ ଜଳମଗ୍ନ ହୋଇପଡିଛି । ତିନିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ବନ୍ୟାରେ ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ଉଦ୍ଧାରକାରୀ ଟିମ ନିୟୋଜିତ ହୋଇ ରହିଛନ୍ତି ।
ଆଗକୁ ପଢ଼ନ୍ତୁ : ବନ୍ୟା କାରଣରୁ କାଜାଖସ୍ତାନ ଜଳମଗ୍ନ, ଘର ଛାଡିଲେ ଲକ୍ଷ ଲକ୍ଷ ଲୋକେ