କରୋନା: ବିଶ୍ୱବ୍ୟାପୀ ୯.୧୮ ଲକ୍ଷ ମୃତ୍ୟୁ, ବ୍ରାଜିଲରେ ପ୍ରାଣ ହାରିଲେ ୧.୩୦ ଲକ୍ଷ
Khabar Odisha:International-Corona-virus-death-toll-reaches-918-lakh-286-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରାଜିଲ । ଏଠାରେ ୪୨ ଲକ୍ଷ ୮୩ ହଜାର ୯୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୪୭୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅଧିକ ବିସ୍ତାର କରିଛି । ଏଠାରେ ୬୬ ଲକ୍ଷ ୩୫ ହଜାର ୯୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୭ ହଜାର ୩୯୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୯ ଲକ୍ଷ ୧୭ ହଜାର ୬୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୨୦ ହଜାର ୯୩୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୩୩୧ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ଶନିବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୮୬ ଲକ୍ଷ ୩୯ ହଜାର ୩୫୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୧୮ ହଜାର ୯୨୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା  ୨ କୋଟି ୫ ଲକ୍ଷ ୬୩ ହଜାର ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୭୧ ଲକ୍ଷ ୫୬  ହଜାର ୪୭୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୭୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୧୦ ଲକ୍ଷ ୧୫ ହଜାର ୧୦୫  ସଂକ୍ରମିତ, ୧୭ ହଜାର ୬୪୯ ମୃତ

ପେରୁ: ୬ ଲକ୍ଷ ୭୦ ହଜାର ୧୪୫ ସଂକ୍ରମିତ, ୨୯ ହଜାର ୪୦୫ ମୃତ

କଲୋମ୍ବିଆ: ୬ ଲକ୍ଷ ୫୦ ହଜାର ୬୨ ସଂକ୍ରମିତ, ୨୦ ହଜାର ୮୮୮ ମୃତ 

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୩୫ ହଜାର ୭୮ ସଂକ୍ରମିତ, ୧୪ ହଜାର ୬୭୮ ମୃତ

ମେକ୍ସିକୋ: ୬ ଲକ୍ଷ ୧୬ ହଜାର ୮୯୪ ସଂକ୍ରମିତ, ୬୬ ହଜାର ୩୨୯ ମୃତ

ସ୍ପେନ: ୫ ଲକ୍ଷ ୧୭ ହଜାର ୧୩୩ ସଂକ୍ରମିତ, ୨୯ ହଜାର ୪୨୯ ମୃତ 

ଚିଲି: ୪ ଲକ୍ଷ ୧୮ ହଜାର ୪୬୯ ସଂକ୍ରମିତ, ୧୧ ହଜାର ୪୯୪ ମୃତ

ପାକିସ୍ତାନ: ୨ ଲକ୍ଷ ୯୭ ହଜାର ୫୧୨  ସଂକ୍ରମିତ, ୬ ହଜାର ୩୩୫ ମୃତ 

 

  • Tags:

Subscribe

National International State Sports Entertainment