ଶିଶୁକନ୍ୟା ଜନ୍ମ ଦେଲେ ମେଗନ ମର୍କେଲ, ପ୍ରିନ୍ସ ହ୍ୟାରୀ ମା’ ଡାଏନାଙ୍କ ନାମ ରଖିଲେ
Khabar Odisha:International-Prince-harry-Meghan-Markle-announce-birth-of-daughter-Lilibet-Diana

ସାନ୍ତାବାରବରା, ଜୁନ ୦୭ (ଖବର ଓଡ଼ିଶା): ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ ଶିଶୁକନ୍ୟା ଲିଲିବେଟ ଡାଏନାଙ୍କ ଜନ୍ମ ଘୋଷଣା କରିଛନ୍ତି, ଯିଏ କି ବ୍ରିଟେନର ଶାହୀ ପରିବାରରେ ଏକ ବର୍ଷର ବାଦ-ବିବାଦ ପରେ କାର୍ଲିଫୋର୍ଣ୍ଣିଆରେ ଜନ୍ମ ନେଇଛନ୍ତି । ଲିଲିଙ୍କ ନାମ ତାଙ୍କର ପୂର୍ବତନ ରାଣୀଙ୍କ ନାଁରେ ରଖାଯାଇଛି, ଯାହାଙ୍କ ପରିବାର ନିକ୍ ନେମ (କ୍ଷୁଦ୍ର ନାମ) ଲିଲିବେଟ । ଝିଅର ମଧ୍ୟବର୍ତ୍ତୀ ନାମ ଡାଏନା (ପରଲୋକରେ ଥିବା ଜେଜେମା’) । ପ୍ରିନ୍ସସେସ ଅଫ ୱେଲ୍ସଙ୍କୁ ସମ୍ମାନିତ କରାଯିବ । ଏହି ସୂଚନା ଦେଇଛନ୍ତି ପ୍ରିନ୍ସ ହ୍ୟାରୀ ଓ ମେଗନ । 

ଡଚେସ ଅଫ ସସେକ୍ସ ମେଗନ ମର୍କେଲ ଶୁକ୍ରବାର କହିଛନ୍ତି, ସେ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ପ୍ରିନ୍ସ ହ୍ୟାରୀ ଓ ମେଗନଙ୍କ ମୁଖପାତ୍ର ରବିବାର କହିଛନ୍ତି ଯେ, ଦମ୍ପତ୍ତି ନିଜର ୨ୟ ସନ୍ତାନ ଲିଲିବେଟ ଡାଏନା ମାଉଣ୍ଟମେଟନ-ଭିଣ୍ଡସରଙ୍କ ସ୍ୱାଗତ କରୁଛନ୍ତି । ଶିଶୁକନ୍ୟାର ଓଜନ ୭ ପାଉଣ୍ଡ ୧୧ ଆଉନ୍ସ ରହିଛି । ଶିଶୁର ପ୍ରଥମ ନାମ ଲିଲିବେଟ ମହାରାନୀ ଏଲିଜାବେଥଙ୍କୁ ସମ୍ବୋଧନରେ ଡକାଯାଉଥିବା ନାମ । ଏହାର ୨ୟ ନାମ ତାଙ୍କର ଜେଜେମା ଓ ହ୍ୟାରୀଙ୍କ ମା’ଙ୍କ ସମ୍ମାନରେ । 

ସୂଚନାଯୋଗ୍ୟ, ଶିଶୁକନ୍ୟା ଜନ୍ମ ହୋଇଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ ଘୋଷଣା କରିଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଟୋ ଜାରି କରି ନାହାନ୍ତି । ଶିଶୁଟିର ଜନ୍ମ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ କି ଦଂପତ୍ତିଙ୍କର ଶାହୀ ପରିବାର ସହିତ କୌଣସି ସଂପର୍କ ନାହିଁ । 

 

  • Tags:

Subscribe

National International State Sports Entertainment