ଦୁର୍ନୀତି: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ ଦୋଷୀ ସାବ୍ୟସ୍ତ, ୩ ବର୍ଷ ଜେଲ ଦଣ୍ଡ
Khabar Odisha:International-France-court-convicts-former-president-Nicolas-Sarkozy-for-corruption-and-influence-peddling

ପ୍ୟାରିସ, ମାର୍ଚ୍ଚ ୦୨ (ଖବର ଓଡ଼ିଶା): ଫ୍ରାନ୍ସର ଏକ ଅଦାଲତ ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁର୍ନୀତି ଓ ପଦରେ ସଠିକ ବିନିଯୋଗ କରି ନଥିବା ମାମଲାରେ କୋର୍ଟ ପୂର୍ବତନ ରାଷ୍ଟ୍ରପତି ସାର୍କୋଜୀଙ୍କୁ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ପରେ ସାର୍କୋଜୀଙ୍କୁ ଜେଲରେ ରହିବାକୁ ପଡ଼ିବ । ସୂଚନାଯୋଗ୍ୟ ନିକୋଲାସ ସାର୍କୋଜୀ ୨୦୦୭ରୁ ୨୦୧୨ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ । 

ନିକୋଲାସ ସାର୍କୋଜୀଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ନିଜର ନିର୍ବାଚନ ଅଭିଯାନ ଯାଂଚ କରୁଥିବା ଜଣେ ଜଜଙ୍କୁ ମୋନାକୋରେ ବରିଷ୍ଠ ଚାକିରୀ ଦେବାକୁ କହିଥିଲେ । ଏହାର ବଦଳରେ ନିଜ କେସ ସହିତ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଥିଲେ । ନିକୋଲାସ ସାରକୋଜୀଙ୍କୁ ଏବେବି ଫ୍ରାନ୍ସର ରୁଢ଼ିବାଦୀ ସମାଜର ସମର୍ଥନ ରହିଛି ଏବଂ ସେ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ନିକୋଲାସ ସାର୍କୋଜୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ଅର୍ଥ ତାଙ୍କୁ ପ୍ରତି ବର୍ଷ ଜେଲ ଯିବାକୁ ପଡ଼ିବ । 

ଶୁଣାଣୀ ସମୟରେ ନିକୋଲାସ ସାର୍କୋଜୀ କହିଥିଲେ, ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି । ଦୁର୍ନୀତିର କୌଣସି ମାମଲାରେ ସେ ସଂପୃକ୍ତ ନଥିଲେ । ସେ କହିଥିଲେ ଯେ, କୌଣସି ପ୍ରଭାବମୂଳକ କାମ କରିନାହାନ୍ତି । ତାଙ୍କୁ ଭୁଲ ଭାବରେ ଫସାଇ ଦିଆଯାଇଛି । 

 

  • Tags:

Subscribe

National International State Sports Entertainment