କରୋନା: ବିଶ୍ୱରେ ୧ କୋଟି ୨ ଲକ୍ଷ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୪ ହଜାରକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-54-lakh-124-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୨୯ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱରେ ୧ କୋଟି ୨ ଲକ୍ଷ ୪୨ ହଜାର ୮୮୮ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସୋମବାର ସକାଳ ୭ଟା ସୁଦ୍ଧା ବିଶ୍ୱରେ ୫ ଲକ୍ଷ ୪ ହଜାର ୩୬୬ ଜଣ ଲୋକ ଜୀବନ ହାରିଛନ୍ତି । ଏହି ମାରାତ୍ମକ ଭାଇରସରୁ ୫୫ ଲକ୍ଷ ୫୩ ହଜାର ୪୨ ଜଣ ଜୀବନ ବଞ୍ଚାଇପାରିଥିବା ବେଳେ ୪୧ ଲକ୍ଷ ୮୫ ହଜାର ୪୮୦ ଜଣ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୬୭୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏଠାରେ ୨୬ ଲକ୍ଷ ୩୭ ହଜାର ୭୭ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୮ ହଜାର ୪୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୦ ଲକ୍ଷ ୯୩ ହଜାର ୪୫୬ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୧୫ ହଜାର ୧୮୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ହଜାର ୮୨୫ ଜଣ ଗୁରୁତର ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧୩ ଲକ୍ଷ ୪୫ ହଜାର ୨୫୪ ସଂକ୍ରମିତ, ୫୭ ହଜାର ୬୫୮ ମୃତ

ଋଷିଆ: ୬ ଲକ୍ଷ ୩୪ ହଜାର ୪୩୭ ଜଣ ସଂକ୍ରମିତ, ୯ ହଜାର ୭୩ ଜଣ ମୃତ

ବ୍ରିଟେନ: ୩ ଲକ୍ଷ ୧୧ ହଜାର ୧୫୧ ସଂକ୍ରମିତ, ୪୩ ହଜାର ୫୫୦ ଜଣ ମୃତ

ସ୍ପେନ: ୨ ଲକ୍ଷ ୯୫ ହଜାର ୮୫୦ ଜଣ ସଂକ୍ରମିତ, ୨୮ ହଜାର ୩୪୩ ମୃତ

ପେରୁ: ୨ ଲକ୍ଷ ୭୯ ହଜାର ୪୧୯ ଜଣ ସଂକ୍ରମିତ, ୯ ହଜାର ୩୧୭ ମୃତ

ଚିଲି: ୨ ଲକ୍ଷ ୭୧ ହଜାର ୯୮୨ ସଂକ୍ରମିତ, ୫ ହଜାର ୫୦୯ ଜଣ ମୃତ

ଇଟାଲୀ: ୨ ଲକ୍ଷ ୪୦ ହଜାର ୩୧୦ ସଂକ୍ରମିତ, ୩୪ ହଜାର ୭୩୮ ମୃତ

ଇରାନ: ୨ ଲକ୍ଷ  ୨୨ ହଜାର ୬୬୯ ସଂକ୍ରମିତ, ୧୦ ହଜାର ୫୦୮ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୨ ହଜାର ୯୫୫ ଜଣ ସଂକ୍ରମିତ, ୪ ହଜାର ୧୧୮ ମୃତ

 

  • Tags:

Subscribe

National International State Sports Entertainment