ବିଶ୍ବବ୍ୟାପୀ କରୋନାଜନିତ ମୃତ୍ୟୁ ୫୨ ଲକ୍ଷ ନିକଟତର, ୨୫.୯୬ କୋଟି ଲୋକ ସଂକ୍ରମିତ
Khabar Odisha:International-Corona-report-5191lakh-corona-death-in-worldwide

ନୂଆଦିଲ୍ଲୀ, ନଭେମ୍ବର ୨୫ (ଖବର ଓଡ଼ିଶା): ବିଶ୍ବବ୍ୟାପୀ କରୋନା ଭାଇରସ୍‌ଜନିତ ମୃତ୍ୟୁ ୫୨ ଲକ୍ଷ ନିକଟତର ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୫.୯୬ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୬ ଲକ୍ଷ ୨୧ ହଜାର ୨୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୬୩୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୯୬ ଲକ୍ଷ ୭୭ ହଜାର ୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୯୧ ହଜାର ୨୧୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୪୮ ଲକ୍ଷ ୯ ହଜାର ୮୨୧ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୬ ଲକ୍ଷ ୭୬ ହଜାର ୮୮୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୨ ହଜାର ୨୭୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨ କୋଟି ୨୦ ଲକ୍ଷ ୪୩ ହଜାର ୪୧୭ ସଂକ୍ରମିତ, ୬ ଲକ୍ଷ ୧୩ ହଜାର ୪୧୬ ମୃତ

ବ୍ରିଟେନ: ୯୯ ଲକ୍ଷ ୭୪ ହଜାର ୮୪୩ ସଂକ୍ରମିତ, ୧ ଲକ୍ଷ ୪୪ ହଜାର ୨୮୬ ମୃତ

ରୁଷିଆ: ୯୪ ଲକ୍ଷ ୩୪ ହଜାର ୩୯୩ ସଂକ୍ରମିତ, ୨ ଲକ୍ଷ ୬୭ ହଜାର ୮୧୯ ମୃତ

ତୁର୍କୀ: ୮୬ ଲକ୍ଷ ୫୨ ହଜାର ୧୭୨ ସଂକ୍ରମିତ, ୭୫ ହଜାର ୬୧୮ ମୃତ

ଫ୍ରାନ୍ସ: ୭୪ ଲକ୍ଷ ୮୩ ହଜାର ୨୮୨ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୭୩୪ ମୃତ

ଇରାନ: ୬୦ ଲକ୍ଷ ୯୨ ହଜାର ୮୨୨ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୨୮୦ ମୃତ

ଜର୍ମାନୀ: ୫୫ ଲକ୍ଷ ୪୬ ହଜାର ୯୧୫ ସଂକ୍ରମିତ, ୧ ଲକ୍ଷ ୪୮୧ ମୃତ

 

 

  • Tags:

Subscribe

National International State Sports Entertainment