ଭୂଟାନର ୮୧୩ ବର୍ଗ କିଲୋମିଟର ଭୂମିକୁ ନିଜର କରିବା ଲାଗି ଉଦ୍ୟମ କରୁଛି ଚୀନ
Khabar Odisha:International-Amid-tension-between-India-and-China-at-LaC-China-mobilized-PLA-troops-at-Bhutan-border

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ଲଦ୍ଦାଖରେ ସଂପ୍ରସାରଣ ଅଭିଯାନ ଲାଗି ବଳ ପ୍ରୟୋଗ କରୁଥିବା କୁଖ୍ୟାତ ଚୀନ ଏବେ ଭୂଟାନର କିଛି ଅଂଶକୁ ନିଜ ଅଧିନକୁ ଆଣିବା ଲାଗି ଉଦ୍ୟମ କରିଛି । ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଭୂଟାନ ଅଂଚଳରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଲାଗିପଡ଼ିଛି । ଭାରତ ଏଭଳି ସଦ୍ୟତମ ଘଟଣାକ୍ରମ ନେଇ ଭୂଟାନ ସରକାରଙ୍କୁ ଅବଗତ କରାଇଛି । ଭୂଟାନ ସହିତ ଚୀନ ସୀମା ବିବାଦ କରି କିଛି ଅଂଚଳରକୁ ନିଜ ଅଂଚଳରକୁ ଆଣିବାକୁ ଉଦ୍ୟମ କରୁଛି । ଏଥି ପାଇଁ ଚାପ ପ୍ରୟୋଗ ମଧ୍ୟ କରୁଛି । ବର୍ଷ ୨୦୧୭ରେ ଡୋକଲାମ ବିବାଦ ପରେ ଚୀନ ଭୂଟାନ ସୀମା ନିକଟରେ ସଡ଼କ, ହେଲିପ୍ୟାଡ ନିର୍ମାଣ କରିବାକୁ ଲାଗିଥିଲା । ଏଥି ସହିତ ସୈନିକଙ୍କୁ ମୁତୟନ କରିଥିଲା । 

ବିଗତ କିଛି ମାସରେ ଚୀନ ପଶ୍ଚିମ ଭୂଟାନ ଅଂଚଳର ୫ଟି ସ୍ଥାନରେ ଅନୁପ୍ରବେଶ କରିଛି ଏବଂ ଭୂଟାନ ଭିତରେ ପାଖାପାଖି ୪୦ କିଲୋମିଟର ଏକ ନୂଆ ସୀମାକୁ ଦାବି କରିଛି । ବିଗତ ମାସରେ ପିଏଲଏ ଦକ୍ଷିଣ ଡୋକଲାମ ଅଂଚଳରେ ଅନୁପ୍ରବେଶ କରିଥିଲା । ଭୂଟାନ ଉପରେ ଚାପ ପ୍ରୟୋଗ କରି ନିଜର ଭୌଗଳିକ ମାନଚିତ୍ରକୁ ବଡ଼ କରିବାକୁ ଚାହୁଁଛି ଚୀନ । 

କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ଆମେ ଭାରତ-ଚୀନ ଏବଂ ଚୀନ-ଭୂଟାନ ସୀମା ଉପରେ ତାଜା ଘଟଣାକ୍ରମ ଉପରେ ନଜର ରଖିଛୁ । ଡୋକଲାମ ଗତିରୋଧ ପରେ ପିଏଲଏ ଆକ୍ରାମଣାତ୍ମକ ଭାବେ ଭୂଟାନ-ଚୀନ ସୀମା ଉପରେ ନଜର ରଖିଛି । ସୀମାରେ ସଡ଼କ ଓ ହେଲିପ୍ୟାଡ଼ ନିର୍ମାଣ କରିଛି । ଭୂଟାନର ପଶ୍ଚିମ ସେକ୍ଟରରେ ୩୧୮ ବର୍ଗ କିଲୋମିଟର ଓ ସେଣ୍ଟ୍ରାଲ ସେକ୍ଟରରେ ୪୯୫ ବର୍ଗ କିଲୋମିଟର ଦାବି କରୁଛି ଚୀନ । 

 

  • Tags:

Subscribe

National International State Sports Entertainment