ଭୁବନେଶ୍ୱର: ଜଣେ ଭାରତୀୟ ଗବେଶକଙ୍କୁ ହମାସକୁ ସମର୍ଥନ କରିବା ମହାଙ୍ଗା ପଡିଛି । ହମାସକୁ ସମର୍ଥନ କରିବା ଓ ହମାସ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଭର୍ଜିନିଆ ସ୍ଥିତ ଘର ନିକଟରୁ ତାଙ୍କୁ ସୋମବାର ରାତିରେ ଗିରଫ କରାଯାଇଛି । ଏନେଇ ତାଙ୍କୁ ଭାରତ ଫେରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।
ବଦର ଖାନ ସୁରୀ, ଜଣେ ଭାରତୀୟ ନାଗରିକ । ସେ ୟୁଏସରେ ଜର୍ଜଟାଉନ ୟୂନିଭର୍ସିଟିରେ ଜଣେ ଗବେଷକ ମେଧାବୀ ଛାତ୍ର ଥିଲେ । ସେ ପୋଷ୍ଟ ଡକ୍ଟରାଲ ଭାବେ ସେଠାରେ ଗବେଷଣା କରୁଥିଲେ । ସୋମବାର ନିଜ ବାସଭବନ ବାହାରେ ମୁଖାଧାରୀ ଇମିଗ୍ରେସନ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ ।
ସୁରୀଙ୍କ ଉପରେ ସୋସିଆଲ ମିଡିଆରେ ହମାସକୁ ସମର୍ଥନ କରିବାର ଆରୋପ ଲଗାଯାଇଛି । ଏହା ସହିତ ହମାସର ଜଣେ କୁଖ୍ୟାତ ଆତଙ୍କବାଦୀ ସହିତ ସମ୍ବନ୍ଧ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବ ସହିତ ତାଙ୍କର ଭିସାକୁ ରଦ୍ଧ କରାଯାଇଛି । ଏବଂ ତାଙ୍କୁ ଏନେଇ ଖୁବଶୀଘ୍ର ବିସ୍ଥାପନ କରାଯିବ ।
କେବଳ ସୁରି ନୁହେଁ ତାଙ୍କ ପୂର୍ବରୁ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନଗର ଯୋଜନା ବିଷୟରେ ଡକ୍ଟରେଟ ଡିଗ୍ରୀ ହାସଲ କରୁଥିବା ୩୭ ବର୍ଷୀୟ ଭାରତୀୟ ଛାତ୍ରୀ ରଞ୍ଜନୀ ଶ୍ରୀନିବାସନଙ୍କୁ ଗତ ସପ୍ତାହରେ ଆତ୍ମନିର୍ବାସ କରାଯାଇଥିଲା । ପାଲେଷ୍ଟାଇନର ସମର୍ଥକ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ତାଙ୍କର ଛାତ୍ର ଭିସା ରଦ୍ଦ ହୋଇଥିଲା । ଆମେରିକାର ବୈଦେଶିକ ବିଭାଗ ମାର୍ଚ୍ଚ ୫ରେ "ହମାସକୁ ସମର୍ଥନ" କରୁଥିବା ଅଭିଯୋଗରେ ସେମାନଙ୍କର ସମ୍ପୃକ୍ତି ଥିବା ନେଇ ସୁରକ୍ଷା ଚିନ୍ତା ଦର୍ଶାଇ ସେମାନଙ୍କର ଭିସା ବାତିଲ କରିଥିଲା।