ଗୁରୁବାର ଦିନ ମଧ୍ୟ ରାତିରେ କେନିଆର ରାଜଧାନୀ ନୈରୋବିରେ ଥିବା ଏକ ଗ୍ୟାସ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬୭ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କେନିଆର ଏମ୍ଵାକାସି ଅଞ୍ଚଳରେ କାବନସୋରା ଠାରେ ଥିବା କେଣ୍ଟାଇନର କମ୍ପାନି ଲିମିଟେଡ଼ ନାମକ ଏକ ଗ୍ୟାସ୍ କମ୍ପାନୀରେ କାମ ଚାଲିଥିବା ବେଳେ ବହୁ ସଂଖ୍ୟାରେ ଶ୍ରମିକ ଉପସ୍ଥିତ ଥିଲେ। ତେବେ ଉକ୍ତ ସମୟରେ ହଠାତ୍ କମ୍ପାନୀରେ ଗ୍ୟାସ୍ ସିଲିଣ୍ଡରଗୁଡିକ ପୂରଣ କରା ଯାଉଥିବା ବେଳେ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କମ୍ପାନୀ କାର୍ଯ୍ୟାଳୟର ଛାତ ଉଡ଼ିଯିବା ସହ କାନ୍ଥ ଭାଙ୍ଗି ଯାଇଥିଲା। ଏଥିସହ କମ୍ପାନୀରେ ନିଆଁ ଲାଗି ଯାଇଥିଲା। ଏହି ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ୧୬୭ ଜଣ ଗୁରୁତର ହୋଇଛନ୍ତି। ତେବେ ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢନ୍ତୁ : ଶାବର ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଗଲା କଳାଜିରା ଚାଉଳ