କିଛି ଦିନ ପୂର୍ବରୁ ମରୋକ୍କୋରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା । ଯାହା ଫଳରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳି ଯାଇଥିଲା । ଏହା ପରେ ପୁଣି ଏକ ଭୁକମ୍ପର ଖବର ଆସିଛି । ନ୍ୟୁଜିଲ୍ୟାଣ୍ଡରେ ଆଜି ସକାଳେ ଭୂକମ୍ପର ଝଟକା ଅନୁଭବ ହୋଇଛି।
ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୬ ରେକର୍ଡ କରାଯାଇଛି । ଭୂକମ୍ପରେ କାହାର କ୍ଷତି ହୋଇ ନଥିବା ନେଇ ସୂଚନା ମିଳିଛି। ଅନ୍ୟ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ। ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୪ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ ଦ୍ୱୀପରେ ଏହି ଭୂକମ୍ପ ଅନୁଭବ ହୋଇଛି। ପ୍ରାୟ ୧୪,୦୦୦ ଲୋକେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଏହି ଭୂକମ୍ପ ହେବାଦ୍ବାରା ସମସ୍ତେ ଭୟଭୀତ ହୋଇପଡିଥିଲେ ।
ଅଧିକ ପଢନ୍ତୁ ;ବର୍ଷା ପରେ ଦାଉ ସାଧିଲା ଭୂସ୍ଖଳନ : ୧୭ ମୃତ