ଆଫ୍ରିକୀୟ ଦେଶ କଙ୍ଗୋରେ ଘଟିଛି ବଡ଼ ଧରଣର ଭୂସ୍ଖଳନ । ଏହି ଭୂସ୍ଖଳନ ପ୍ରଭାବରେ ଚାଲିଯାଇଥିଲା ୧୭ ଜଣଙ୍କ ଜୀବନ । ସୂଚନା ଅନୁସାରେ, ରବିବାର ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷାରେ ବେହାଲ ହୋଇସାରିବାପରେ ସୃଷ୍ଟି ହୋଇଥିଲା ଭୂସ୍ଖଳନ । ଏହି ଭୂସ୍ଖଳନରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନର ରୂପ ଏତେ ଭୟଙ୍କର ଥିଲା ଯେ, ୧୭ ଜଣଙ୍କର ମୃତ୍ୟୁ ହେବାପରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି ।
ଉତ୍ତର-ପଶ୍ଚିମ ଅଞ୍ଚଳରେ ପ୍ରବାହିତ ହେଉଥିବା କଙ୍ଗୋ ନଦୀ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପ୍ରଭାବରେ ଅନେକ ଲୋକ ଆହତ ହେବାସହିତ କେତେ ଧନଜୀବନ ନଷ୍ଟ ହୋଇଯାଇଥିଲା । ଭୂସ୍ଖଳନରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ତଳେ ଅନେକ ଲୋକ ଦବି ଯାଇଥିବା ଆଶଙ୍କା କରାଯାଉଛି ବୋଲି ସୂଚନା ମିଳିଛି । ବର୍ଷା ପରେ ଦାଉ ସାଧିଲା ଭୂସ୍ଖଳନ । ଲୋକଙ୍କ ଦୈନଦିନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଏହି ଭୂସ୍ଖଳନ । ଜୀବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ପାଇଁ ଉଦ୍ଧାରକାରୀ ଟିମ ନିୟୋଜିତ ହୋଇଥିଲେ । ରାଜ୍ୟପାଳ ମୃତକ ଓ ଆହତଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ରାଜ୍ୟରେ ତିନି ଦିନିଆ ଶୋକ ପାଳନ ଘୋଷଣା କରିଥିଲେ ।