ବ୍ରିଟେନ୍‌ରେ ୨ ମହିଳାଙ୍କୁ ଦୁଷ୍କର୍ମ ପରେ ଲୁଟିଲେ, ଦୁଇ ଜଣଙ୍କୁ ୩୩ ବର୍ଷ ଜେଲଦଣ୍ଡ
Khabar Odisha:Crime-Four-men-raped-2-prostitutes-in-North-London-brothel-but-they-were-caught-because-they-left-their-used-condoms

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): ବ୍ରିଟେନ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପଦାରେ ପଡିଛି । ଆଡମିଲ୍ସନ କ୍ୟାମାକୱେ (୨୩) ଓ ଡେଭିଡ ଫୋନସେକା (୨୭) ନାମରେ ୨ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ଭୁଲ ପାଇଁ ୩୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସେମାନଙ୍କର ପ୍ରଥମ ଭୁଲ ଥିଲା ଯେ, ୨ ଜଣ ବେଶ୍ୟାଙ୍କୁ ଦୁଷ୍କର୍ମ କରିଥିଲେ । ଦ୍ୱିତୀୟ ଭୁଲ ଥିଲା ଯେ, ବେଶ୍ୟା ଦ୍ୱୟ ଦିନ ସାରା ଯେତିକି ରାଶି ରୋଜଗାର କରିଥିଲେ, ତାହା ୨ ଅଭିଯୁକ୍ତ ଲୁଟ୍ କରି ଫେରାର ହୋଇଯାଇଥିଲେ । ଉଭୟଙ୍କ ତୃତୀୟ ଭୁଲ ଥିଲା ବେଶ୍ୟାମାନଙ୍କୁ ହତ୍ୟା ଧମକ ଦେଇଥିଲେ । 

ଉଭୟ ବେଶ୍ୟାଳୟକୁ ପ୍ରବେଶ କରିଥିଲେ । ସାଥୀରେ ସେମାନେ କୁରାଢ଼ୀ ନେଇ ହତ୍ୟା ଧମକ ଦେଇଥିଲେ । ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଧମକ ଦେବାକୁ ସାଥୀରେ ଏକ ଛୁରୀ ରଖିଥିଲେ । ଏହି ଘଟଣା ପୂର୍ବ ଲଣ୍ଡନରେ ଦେଖିବାକୁ ମିଳିଛି । ୨ ଅଭିଯୁକ୍ତଙ୍କୁ ଅନ୍ୟ ୨ ଜଣ ଯୁବକ ସହଯୋଗ କରିଥିଲେ । ତୃତୀୟ ଯୁବକ ମେଣ୍ଡେସ ନ୍ୟାମଜା (୨୩) ଓ ଚତୁର୍ଥ ବ୍ୟକ୍ତି ସଂପର୍କରେ ନାମ ଜଣାପଡ଼ିନାହିଁ । 

ତୃତୀୟ ବ୍ୟକ୍ତି ଜଣକ ବେଶ୍ୟାଳୟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିଲା । ତାକୁ ଜଣାଥିଲା ଯେ, ସିସିଟିଭି କ୍ୟାମେରା କେଉଁଠି ଖଂଜା ଯାଇଛି । ଏହି ମାମଲାରେ ନିକଟରେ ଲଣ୍ଡନର ଗ୍ରୀନ କ୍ରାଉନ କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ୩୩ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି । ଦୁଷ୍କର୍ମର ଶିକାର ହେବା ପରେ ମହିଳାମାନେ ନିକଟସ୍ଥ ଏକ କ୍ଲିନିକକୁ ଯାଇଥିଲେ । ସେଠାରେ ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ପରେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । କିନ୍ତୁ ଫେରାର ହେବା ପୂର୍ବରୁ ଅଭିଯୁକ୍ତମାନେ ସିସିଟିଭି କ୍ୟାମେରା ମଧ୍ୟ ସାଥୀରେ ନେଇଯାଇଥିଲେ ।  

 

  • Tags:

Subscribe

National International State Sports Entertainment