ଆମେରିକାର ଫ୍ଲୋରିଡାର ତାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ରନଓ୍ବେରେ ଫାଟିଲା ବିମାନ ଚକ । ଅଳ୍ପକେ ବର୍ତ୍ତିଲା ୧୭୪ ଯାତ୍ରୀଙ୍କ ଜୀବନ ।
ସୂଚନା ଅନୁସାରେ, ତାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟେ ବିମାନ ଉଡାଣ ଭରିବାବେଳେ ରନଓ୍ବେରେ ଗଡ଼ୁଥିବା ସମୟରେ ହଠାତ ବିମାନର ଚକ ଫାଟିଯାଇଥିଲା । ତୁରନ୍ତ ଏହି ଖବର ପାଇଲଟକୁ ଦିଆଯାଇଥିଲା । ପାଇଲଟ ବ୍ରେକ ଦେଇ ବିମାନକୁ ରନଓ୍ବେରେ ଅଟକାଇଦେଇଥିଲା । ଯଦି ବ୍ରେକ ଲଗାଇବା କିଛି କ୍ଷଣ ବିଳମ୍ବ ହୋଇଥାନ୍ତା ତେବେ ଗୋଟେ ବଡ଼ ଦୁର୍ଘଟଣା ଘଟିଯାଇଥାନ୍ତା । ବିମାନଟି ଅଟକିବା ପରେ ତୁରନ୍ତ ୧୭୪ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା ।