୫୦ ବର୍ଷ ପରେ ପୁଣି ଜହ୍ନରେ ନାସା । ଚନ୍ଦ୍ରପୃଷ୍ଠରେ ପାଦ ରଖିଲା ଆମେରିକାର ମହାକାଶ ଯାନ ଫାଲକାନ୍-୯ । ଚନ୍ଦ୍ରପୃଷ୍ଠରେ ଆପୋଲୋ ମିଶନ ପରେ ଏବେ ଆମେରିକାକୁ ଆଉ ଏକ ସଫଳତା ମିଳିଛି । ଆମେରିକାର ଓଡିସିୟସ୍ ବା ଓଡି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି । ଏକ ଘରୋଇ କମ୍ପାନୀ ‘ସ୍ପେସ୍-ଏକ୍ସ’ ଦ୍ୱାରା ବିକଶିତ ହୋଇଥିବା ରୋବଟ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟଣ୍ଡିଙ୍ଗ କରିଛି ।
ସୂଚନା ଅନୁଯାୟୀ,ଶୁକ୍ରବାର ଭୋର୍ ୪ଟା ୩୦ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓଡିସିୟସ୍ ସଫଳ ପୂର୍ବକ ଲ୍ୟାଣ଼୍ଡିଂ କରିଛି । ଏହି ମହାକାଶ ଯାନର ୬ଟି ଗୋଡ଼ ରହିଛି । ଦକ୍ଷିଣ ମେରୁ ଠାରୁ ୩୦୦କିଲୋମିଟର ଦୂରରେ ମାଲପାର୍ଟ-A ନାମକ ସ୍ଥାନରେ ପାଦ ରଖିଛି ଏହି ଘରୋଇ ଲ୍ୟାଣ୍ଡର । ଯେଉଁଠାରେ ଓଡିସିୟସ୍ ଲ୍ୟାଣ଼୍ଡିଂ କରିଛି ସେଠାରେ ପାଣି ଥିବା ଅନୁମାନ କରାଯାଉଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମେ ଭାରତ ପାଦ ରଖିଥିଲା । ଇସ୍ରୋର ବିକ୍ରମ ଲ୍ୟାଣ୍ଡର ସଫଳ ପୂର୍ବକ ଓହ୍ଲାଇଥିଲା। ଏହା ପରେ ଏବେ ଦ୍ବିତୀୟ ଦେଶ ଭାବେ ଆମେରିକା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଛି ।
ଯେତେବେଳେ ଓଡିସିୟସ୍ ଲ୍ୟାଣ଼୍ଡିଂ କରିଥିଲା ସଂଗେ ସଂଗେ ସ୍ପେସ୍ ସେଣ୍ଟରକୁ ସିଗନାଲ୍ ମିଳିଥିଲା । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ଘରୋଇ କମ୍ପାନୀ ସ୍ପେସ୍-ଏକ୍ସ ଏହି ମିଶନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରିଛି ବୋଲି ମିଶନର ନିର୍ଦ୍ଦେଶକ କହିଛନ୍ତି । ତେବେ ଏହି ମିଶନ ବହୁତ କଷ୍ଟକର ଥିଲା କିନ୍ତୁ ଏବେ ସଫଳ ପୂର୍ବକ ଚନ୍ଦ୍ର ପୃଷ୍ଠାରେ ଆମେ ପହଞ୍ଚି ପାରିଛୁ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି । ଏଥିସହ ସମସ୍ତେ ସ୍ପେସ୍-ଏକ୍ସକୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢନ୍ତୁ :ହୁତିଙ୍କ ଉତ୍ପାତ ଭାରତ ଆସୁଥିବା ତୈଳ ଟ୍ୟାଙ୍କରକୁ ମିଶାଇଲ ଆକ୍ରମଣ ମାଡ଼