ସ୍କଟଲାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କଟଲାଣ୍ଡର ଏକ ପର୍ଯ୍ୟଟନ ସ୍ଥଳୀରେ ଦୁଇ ଜଣ ଭାରତୀୟ ଛାତ୍ର ବୁଡି ଯାଇଥିଲେ । ଯାହାଫଳରେ ଉଭୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସ୍କଟଲାଣ୍ଡର ଏକ ପର୍ଯ୍ୟଟନ ସ୍ଥଳୀକୁ ଦୁଇ ଜଣ ଭାରତୀୟଙ୍କ ସହିତ ଅନ୍ୟ ଦୁଇ ଜଣ ବୁଲିବା ପାଇଁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଦୁଇ ଜଣ ଭାରତୀୟ ପାଣିରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇ, ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର ବେଳକୁ ଦୁଇ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଭାରତୀୟଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଲଗାତାର ବର୍ଷାରେ ଆଫଗାନିସ୍ତାନରେ ବନ୍ୟା, ଗଲାଣି ୩୩ ଜୀବନ