ପାକିସ୍ତାନ କ୍ରିକେଟ୍ ଟିମ୍ ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ କ୍ରିକେଟର କରୋନା ପଜିଟିଭ ଚିହ୍ନଟ
Khabar Odisha:10-Pakistan-cricketer-Corona-positive
ନୂଆଦିଲ୍ଲୀ, ଜୁନ ୨୭ (ଖବର ଓଡ଼ିଶା):

 ପାକିସ୍ତାନ କ୍ରିକେଟ ଦଳ ଆସନ୍ତା ରବିବାରଦିନ ଇଂଲଣ୍ଡ ଯାତ୍ରା କରିବ । ତେବେ ଦଳର ୧୦ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ବାଦ ଦେଇ ଅନ୍ୟ ଖେଳାଳିମାନଙ୍କୁ ନିଆଯାଇଛି ।

ପାକିସ୍ତାନ ର କରୋନା ଆକ୍ରାନ୍ତ ଖେଳାଳିଙ୍କୁ ବାଦ ଦିଆଯାଇଛି । ତେବେ ସେମାନଙ୍କ ନମୂନା ନେଗେଟିଭ ବାହାରିଲେ ସେମାନେ ଦଳରେ ପରବର୍ତ୍ତିକାଳରେ ଯୋଗ ଦେଇପାରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ଵାସିମ ଖାଁ କହିଛନ୍ତି ।

ଗତ ସପ୍ତାହରେ ପାକିସ୍ତାନ ଟିମର ଇଂଲାଣ୍ଡ ଗସ୍ତ ପାଇଁ ସେମାନଙ୍କର ବାଧ୍ୟତାମୂଳକ କରୋନା ଟେଷ୍ଟ କରାଯାଇଥିଲା । ଏହି କରୋନା ଟେଷ୍ଟରେ ପାକିସ୍ତାନ ଟିମର ୭ ସଦସ୍ୟ ଫକର ଜମାନ, ଇମ୍ରାନ ଖାଁ,ଖାସିପ ଭଟ୍ଟି, ମହମ୍ମଦ ହଫିଜ, ମହମ୍ମଦ ହସନାନ, ମହମ୍ମଦ ରିଜଓ୍ଵାନ ଓ ଓ୍ଵାହାବ ରିଆଜଙ୍କ ନମୂନା ପଜିଟିଭ ବାହାରଥିଲା । ପୂର୍ବରୁ ଟିମର ସଦସ୍ୟ ସଦାବ ଖାଁ, ହାରିସ ରୌଫ ଓ ହାଇଦର ଅଲ୍ଲି କରୋନା ସଂକ୍ରମିତ ଥିଲେ । ଫଳରେ ଟିମର ମୋଟ ୧୦ ଜଣ ଖେଳାଳି ଏବେ କରୋନା ସଂକ୍ରମିତ ହୋଇଛନ୍ତି ।

ପାକିସ୍ତାନ ଟିମ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରେ ଇଂଲଣ୍ଡ ସହ ୩ଟି ଟେଷ୍ଟ ଓ ୩ଟି ଟି-୨୦ ଖେଳିବ । ପରିବେଶ ସହ ଖାପ ଖୁଆଇବା ପାଇଁ ପାକିସ୍ତାନ ଟିମ ପ୍ରାୟ ଦେଢ ମାସ ପୂର୍ବରୁ ଇଂଲଣ୍ଡ ଯାଉଛି ।

  • Tags:

Subscribe

National International State Sports Entertainment